ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ । ତେବେ ସର୍କିଟ ହାଉସର ନିର୍ଧାରିତ କୋଠରୀରେ ଦୁଇ ନେତା ପରସ୍ପରକୁ ସମ୍ଭାଷଣ ସହ ପ୍ରାୟ ଅଧଘଣ୍ଟାଏ କଥାବାର୍ତ୍ତା ହୋଇଥିଲେ। ଆଲୋଚନା ପରେ ସେହି କୋଠରିରୁ ପ୍ରଥମେ ନରସିଂହ ମିଶ୍ର ବାହାରିଥିଲେ। ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ରାଜ୍ୟ ମୁଖ୍ୟଙ୍କ ସହ ତାଙ୍କ ଆଲୋଚନା ସଂପର୍କରେ କହିଥିଲେ। ସେପଟେ ଭେଟେରାନ ରାଜନେତା ନରସିଂହ ମିଶ୍ର କହିଥିଲେ ଯେ, ସେ ବିଭିନ୍ନ ପ୍ରକଳ୍ପ ତଥା ଶିକ୍ଷା ଏବଂ ଶିକ୍ଷକ ଜଡିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ଦେଓଗାଁ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ, ସିକୁଆଁ ବ୍ୟାରେଜ , ଦେଓଗାଁ ଓ ଜରାସିଂହା ଠାରେ ଦୁଇଟି ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତିI ଦେଓଗାଁ ଚିନିକଳ, ବଲାଙ୍ଗୀର ଠାରେ କୃଷି ମହାବିଦ୍ୟାଳୟ ବଦଳରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି, ମହିଳା ମହାବିଦ୍ୟାଳୟ ସମସ୍ୟା ସମାଧାନ, ଲୋୟର ସୁକତେଲ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ , ଲକ୍ଷ୍ମୀଯୋର ନାଳର ଉନ୍ନତିକରଣ ଆଦି ଦାବି ସହ ପାନୀୟଜଳ ଯୋଗାଣର ଘୋର ଅସୁବିଧା ରହିଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ନରସିଂହ ମିଶ୍ରI