ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କ ସମର୍ଥନରେ ବାହାରିଲେ ପାକ୍ କ୍ରିକେଟର ସାହିଦ ଆଫ୍ରିଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟେରର ଫଣ୍ଡିଙ୍ଗ ମାମଲଶରେ ୟାସୀନ ମଲିକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ମଧ୍ୟରେ ଆତଙ୍କବାଦୀ ୟାସୀନ ମଲ୍ଲିକଙ୍କ ସମର୍ଥନରେ ବାହାରିଲେ ପାକ୍ କ୍ରିକେଟର ସାହିଦ ଆଫ୍ରିଦି । ଆଫ୍ରିଦି ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ଭାରତ ଯେଭଳି ଭାବେ ମାନବାଧିକାର ଶୋଷଣ ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତିଙ୍କୁ ଚୁପ କରିବାକୁ ଚେଷ୍ଟା କରୁଛି ତାହା ସଫଳ ହେବ ନାହିଁ । ୟାସୀନ ମଲ୍ଲିକଙ୍କ ଉପରେ ଭାରତ ସରକାର ଯେଭଳି ମନଗଢା ଅଭିଯୋଗ ଆଣୁଛନ୍ତି ତାହା କାଶ୍ମୀରକୁ ସ୍ୱାଧୀନ କରିବା ପାଇଁ ଚାଲିଥିବା ସଂଘର୍ଷକୁ ଅଟକାଇ ପାରିବ ନାହିଁ । ଏହାସହ ସେ ତାଙ୍କ ଟ୍ୱିଟ୍ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ରକୁ ଅନୁରୋଧ କରି କାଶ୍ମୀର ନେତାଙ୍କ ଉପରେ ଭାରତ ସରକାର ଯେଉଁ ଅନ୍ୟାୟ କରୁଛନ୍ତି ତାହା ଉପରେ ନଜର ରଖିବାକୁ ଆଫ୍ରିଦ ଅନୁରୋଧ କରିଛନ୍ତି ।

ସେପଟେ ଆଫ୍ରିଦଙ୍କ ଏଭଳି ଟ୍ୱିଟ ଉପରେ ଭାରତୀୟ କ୍ରିକେଟ ଟିମର ବୋଲର ଅମିତ୍ ମିଶ୍ରା କଡା ଜବାବ ଦେଇଛନ୍ତି । ଆଫ୍ରିଦଙ୍କ ଟ୍ୱିଟର ଯବାବ ଦେଇ ମିଶ୍ରା ଲେଖିଛନ୍ତି କି, ୟାସୀନ ମଲ୍ଲିକ କୋର୍ଟରୁମରେ ନିଜ ଦୋଷ ସ୍ୱୀକାର କରିସାରିଛନ୍ତି । ସିଧା ସଳଖ ଆଫ୍ରିଦଙ୍କୁ ଟାର୍ଗେଟ କରି ମିଶ୍ରା ଲେଖିଛନ୍ତି କି ‘ତୁମ ଜନ୍ମଦିନ ଭଳି ସବୁକିଛି ବିଭ୍ରାନ୍ତିକର ହୋଇପାରିବ ନାହିଁ’ । କାହିଁକିନା ସାହିଦ ଆଫ୍ରିଦ ନିଜ ବୟସକୁ ନେଇ ବିବାଦରେ ରହିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ମୁତାବକ ଆଫ୍ରିଦଙ୍କ ଜନ୍ମ ୧୯୮୦ ମାର୍ଚ୍ଚ ୧ ତାରିଖ । ଅର୍ଥାତ ଏବେ ତାଙ୍କର ବୟସ ୪୨ ବର୍ଷ । ହେଲେ ୨୦୧୯ ମସିହାରେ ଆଫ୍ରିଦ ଖୋଲାସା କରିଥିଲେ କି ୧୯୯୬ ମସିହାରେ ନୌରୋବୀ ଠାରେ ଶ୍ରୀଲଙ୍କା ବିରୋଧରେ ସେ ୩୭ ବଲରେ ରେକର୍ଡ ଶତକ ମାରିବ ବେଳେ ତାଙ୍କୁ ୧୬ ବର୍ଷ ହୋଇ ନଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts