ୟାସିନ୍‌ ମଲ୍ଲିକ ସମର୍ଥକ-ପୁଲିସ ମୁହାଁମୁହିଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟାସିନ୍‌ ମଲ୍ଲିକ ସମର୍ଥକ-ପୁଲିସ ମୁହାଁମୁହିଁ । ଶ୍ରୀନଗରର ମୈସୁମା ଇଲାକାରେ ଏମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉତ୍ତେଜନା ଲାଗି ରହିଛି। ୟାସିନ୍‌ ମଲ୍ଲିକଙ୍କ ସମର୍ଥକମାନେ ପୋଡ଼ା ଜଳା କରିବା ସହ ପୁଲିସ ଉପରକୁ ଟେକା ପଥର ମାଡ଼ କରିଛନ୍ତି। ପରିସ୍ଥତିର ମୁକାବିଲା ପାଇଁ ପୁଲିସ ଟିଏର ଗ୍ୟାସ ପ୍ରୟୋଗ କରିଛି। ଆଜି ୟାସିନ୍‌ ମଲ୍ଲିକଙ୍କୁ ନେଇ ରାୟ ଆସିବା ପୂର୍ବରୁ ତାଙ୍କ ସମର୍ଥକମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମର ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଏନ୍‌ଆଇଏ ଅଦାଲତ। ଏନ୍‌ଆଇଏ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି।

ଗତ ମେ ୧୯ରେ ଏନଆଇଏ କୋର୍ଟର ସ୍ୱତନ୍ତ୍ର ଜଜ୍ ପ୍ରବୀଣ ସିଂ ମଲିକଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍ ଆକ୍ଟ୍‌’ରେ (ୟୁଏପିଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୋଗ ନିଜେ ମଧ୍ୟ ସ୍ୱୀକାର କରିଥିଲା ୟାସୀନ। ଏଣୁ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ବେଳେ ଏନ୍‌ଆଇଏ ମୃତ୍ୟୁ ଦଣ୍ଡ ଦାବି କରି ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ। ଏପଟେ କୋର୍ଟ ଯାହାଦଣ୍ଡି ବିଧାନ କରିବେ ମଲ୍ଲିକ ତାହା ସ୍ୱୀକାର କରିବ ବୋଲି କହିଥିଲା। କୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ମେ ମାସ ଆରମ୍ଭରୁ ୫୬ ବର୍ଷୀୟ ମଲ୍ଲିକ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବେଆଇନ କାର୍ୟ୍ୟକଳାପ ପ୍ରତିରୋଧକ ଆଇନ(ଟଇଚଇ) ହୋଇଥିବା ଅଭିଯୋଗକୁ ମଧ୍ୟ ମାନିଥିଲା ମଲ୍ଲିକ।

Related Posts