ବାଲେଶ୍ବର ଗୋଧିବସାରେ ଲଜ୍ୟା: ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଜଣେ ନାବାଳକ ସହ ୪ ଗିରଫ

ବାଲେଶ୍ବର : ବାଲେଶ୍ବର ସହର ଗୋଧିବସାରେ ଅଭାବନୀୟ ଘଟଣା । ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଘଟଣାରେ ଜଣେ ନାବାଳାକଙ୍କ ସମେତ ୪ ଗିରଫ ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ବାଲେଶ୍ବର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । ଏହି ସମୟରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ପରେ ମଙ୍ଗଳବାର ଦିନ ଏନେଇ ସହଦେବଖୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାରେ ଛାନ୍‌ଭିନ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

Related Posts