ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଶିବାନୀ ଦାସ

ବ୍ରହ୍ମପୁର : ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଶିବାନୀ ଦାସ | ୨୦୨୧ ବର୍ଷ ପାଇଁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାମକୁ ସୁପାରିଶ୍ କରାଯାଇଛି ।

ଖବର ଅନୁଯାୟୀ, ୨୦୦୭ ମସିହାରୁ ଶିବାନୀ ବ୍ରହ୍ମପୁର ଏମକେସିଜି ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି । ଅସହାୟ ରୋଗୀଙ୍କୁ ସେବା କରିବା ଶିବାନୀଙ୍କ ବ୍ରତ। କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କୁ ନିଷ୍ଠାପର ସହ ସେବା କରି ଚର୍ଚ୍ଚାରେ ଥିଲେ। ଏପରିକି କରୋନା ରୋଗୀଙ୍କୁ ଦାଢି କାଟିବା ସହ ସୁସଜ୍ଜିତ କରି ପ୍ରକୃତ ରୋଗୀ ସେବାର ପ୍ରମାଣ ଦେଇ ବେଶ୍ ଚର୍ଚାକୁ ଆସିଥିଲେ।

ଆଗାମୀ ଦିନରେ ଶିବାନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବେ। ଏ ନେଇ ଭାରତୀୟ ନର୍ସିଂ ପରିଷଦ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଛନ୍ତି ।

ତେବେ ଶିବାନୀଙ୍କ ଏକ ନିର୍ଦ୍ଧିଷ୍ଟ ସଂସ୍ଥା ଦ୍ବାରା ଭିଡିଓ ସୁଟିଂ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ୍ ଙ୍କୁ ଜଣାଇଛନ୍ତି । ଶିବାନୀ ବ୍ରହ୍ମପୁର ଲୋଚାପଡାରେ ରହନ୍ତି । ସେ ଅବିବାହିତ ହୋଇଥିବା ବେଳେ ଆଗାମୀ ଦିନରେ ଏଭଳି ରୋଗୀ ସେବା ଜାରି ରହିବ ବୋଲି କହିଛନ୍ତି।

Related Posts