ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଅଫତାବକୁ ଆଜି ଅପରାହ୍ନରେ ବିଚାରବିଭାଗୀୟ ହାଜକୁ ପଠାଇଛନ୍ତି ଦିଲ୍ଲୀ କୋର୍ଟ। ହତ୍ୟା ମାମଲାରେ ଅଧିକ ପଚରାଉଚରା ପାଇଁ ଅଫତାବକୁ କଷ୍ଟୁଡିରେ ନେବାକୁ ପୁଲିସ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ବିଚାର ବିଭାଗୟୀ ହାଜତକୁ ପଠାଇ ଦେଇଛନ୍ତି।
ଆଜି ସନ୍ଧ୍ୟାରେ ତାଙ୍କୁ ତିହାର ଜେଲ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ଅଫ୍ତାବ ଆଜି ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର ହୋଇଥିଲା। ମେଡିକାଲ ଚେକ୍ଅପ ପାଇଁ ତାଙ୍କୁ ଆମ୍ବେଦକର ହସ୍ପିଟାଲ ନିଆଯାଇଥିଲା। ହସପିଟାଲରୁ ହିଁ ସେ ଡାକ୍ତରଖାନାରୁଁ ହିଁ ସେ କୋର୍ଟରେ ହାଜର ହୋଇଥିଲା।
ସୂଚନା ଥାଉକି, ଶ୍ରଦ୍ଧା ଓ ଅଫ୍ତବା ଏକ ଡେଟିଂ ଆପ୍ରେ ପରସ୍ପରକୁ ଭେଟିଥିଲେ। ୨୦୧୯ ପର୍ଯ୍ୟନ୍ତ ସେମାନେ ଏକା ସାଙ୍ଗରେ ରହିଥିଲେ। ଚଳିତ ବର୍ଷ ମେ ୮ ତାରିଖରେ ଦୁଇଜଣ ମୁମ୍ବାଇରୁ ଦିଲ୍ଲୀକୁ ଆସିଥିଲେ। ଏହାର ୧୦ ଦିନ ପରେ ମେ ୧୮ ତାରିଖରେ ଅଫତାବ ଶ୍ରଦ୍ଧାଙ୍କ ବେକ କାଟି ହତ୍ୟା କରିବା ପରେ ତାଙ୍କୁ ୩୫ ପିସ୍ରେ କାଟିଥିଲା।
