ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି । ଜଷ୍ଟିସ୍‌ ବି.ଆର୍‌. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ ଆଗତ ହୋଇଥିବା ମାମଲା ଉପରେ ଶୁଣାଣି କରିବେ | ପୁରୀ ମନ୍ଦିର ଚତୁଃପାର୍ଶ୍ବରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଏବଂ ସୁମନ୍ତ ଘଡ଼େଇଙ୍କ ଦ୍ବାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ବତନ୍ତ୍ର ଲିଭ୍‌ ପିଟିସନ୍‌ (ଏସ୍‌ଏଲ୍‌ପି) ଉପରେ ଏହି ଶୁଣାଣି ହେବ।

ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଉକ୍ତ ଦୁଇ ପିଟିସନ ଦାୟର ହୋଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ କରାଯାଉଥିବା ଦୁଇ ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଛି। ରାଜ୍ୟ ସରକ‌ାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟଙ୍କ ମେ ୯ ଆଦେଶ ବିରୋଧରେ କୌଣସି ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ବୋଲି ଆଶଙ୍କା କରି ଗତମାସ ୧୩ ତାରିଖରେ କ୍ୟାଭିଏଟ୍‌ ଦାଖଲ କରିଥିଲେ।

Related Posts