ସିମ୍ କାର୍ଡ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଆସିଲେ ୩ ଅଭିଯୁକ୍ତ

କଟକ: ସିମ କାର୍ଡ ଜାଲିଆତି ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଫଳରେ ସିମ୍ କାର୍ଡ ଜାଲିଆତି ମାମଲାରେ ରିମାଣ୍ଡରେ ଆସିଛନ୍ତି ତିନି ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଆଜି(ବୁଧବାର) ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି । ସିମ୍ କାର୍ଡ ଜାଲିଆତି ସମ୍ପର୍କରେ ସେମାନଙ୍କୁ ଜେରା କରାଯିବ ।

ଏହି ଅଭିଯୁକ୍ତମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ତାଙ୍କ ନାଁରେ ହ୍ବାଟ୍ସଆପ ଆକାଉଣ୍ଟ ତିଆରି କରିଥିଲେ । ସେମାନେ ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ । ଏନେଇ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।

ଗତ ରବିବାର ସିମ୍‌ ଜାଲିଆତି କାରବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଜାତିଆତି ମାମଲାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଠକମାନେ ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଜାଲ ଆକାଉଣ୍ଟ ତିଆରି କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

ପୋଲିସ ଗିରଫ ଅଭିଯୁକ୍ତ ମାନକଠାରୁ ୧୯ ହଜାର ୬୪୧ ଟି ଫ୍ରି ଆକ୍ଟିଭେଟ ସୀମ କାର୍ଡ ଓ ୪୮ ଟି ମୋବାଇଲ ଜବତ ହୋଇଛି । ଫ୍ରି ଆକ୍ଟିଭେଟ ସୀମ ମଧ୍ୟରୁ ମୁଖ୍ୟତଃ ଭୋଡାଫୋନ, ଜିଓ, ବିଏସସେନେଲ ସୀମ ରହିଛି ।

କେବଳ ଏତିକି ନୁହେଁ ବରଂ ତାଙ୍କ ପାଖରୁ ୧୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଜବତ ହୋଇଛି । ଭୋଟର କାର୍ଡ ଓ ଲ୍ୟାପଟପ ଅଭିଯୁକ୍ତଙ୍କ ପାଖରୁ ଜବତ କରାଯାଇଛି । ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମୋବାଇଲ ସୀମ ରି ଆକ୍ଟିଭେଟ କରୁଥିଲେ । ସେମାନେ ହେଲେ ସାଇ ପ୍ରକାଶ ଦାସ ଓ ଅବିନାସ ନାଏକ । ଏବଂ ଗ୍ରୁଫର ମୁଖ୍ୟ ଦୁଷ୍ମନ୍ତ କୁମାର ସାହୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲଟଫର୍ମରେ ଏକ ଗ୍ରୁଫ ତିଆରି କରିଥିଲେ ଏବଂ ସେଥିରେ ମୋବାଇଲ ନମ୍ବରକୁ ରି ଆକ୍ଟିଭେଟ କରି ସେୟାର କରୁଥିଲେ । ଆଉ ଏହି ନମ୍ବରକୁ ଫେକ ଆକାଉଣ୍ଟ , ଇକମର୍ସ ପ୍ଲାଟ ଫର୍ମରେ ଆକାଉଣ୍ଟ ଖୋଲିବା ପାଇଁ ଏହାର ବ୍ୟବହାର କରାଯାଇଥିଲା । ସେପଟେ ଦୁଇ ବର୍ଷ ହେଲା ସେ ଏପରି କରୁଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts