
ନୂଆଦିଲ୍ଲୀ: ଦେଶରେ ଉପର ତଳ ହେଉଛି ମହାମାରୀ କରୋନା । ଗତ କିଛି ଦିନ ହେବ ସଂକ୍ରମଣ ନିୟନ୍ତ୍ରଙ୍କ କୁ ଆସୁଥିବା ବେଳେ, ଏବେ ପୁଣି ବଢିବା ଆରମ୍ଭ କରିଛି | ଆଜି ପୁଣି ୩ ହଜାର ପାର୍ କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,205 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ମଙ୍ଗଳବାର) ଏହି ସଂଖ୍ୟା ଅଢେଇ ହଜାର ଥିଲା । ଆଜି ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି । ଦିନକରେ ଦେଶରେ 31 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 2,802 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ କରିଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 19,509କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,44,689 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,920 ଜଣଙ୍କ ମୃତ୍ୟୁ ଘଟିଛି ।
ଦେଶବ୍ୟାପୀ ସମୁଦାୟ 1,89,48,01,203 ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 4,79,208 ଡୋଜ୍ ଦିଆଯାଇଛି ।