
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିନ୍ଧେକେଲା ଫରେଷ୍ଟର । ବଲାଙ୍ଗୀର ଭିଜିଲାନ୍ସ ଡିଏସପିଙ୍କ ନେତୃତରେ ଭିଜିଲାନ୍ସ ଟିମ ଆସି ଫରେଷ୍ଟରଙ୍କୁ ଧରିଛନ୍ତି। ୱାଚର କ୍ଷୀରସିନ୍ଧୁ ଭୋଇଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାଯାଇଛି। ସେପଟେ ମନରେଗା କାମ ନ କରି ଫରେଷ୍ଟର ହରିହର ସ୍ୱାଇଁ ଶ୍ରମିକମାନଙ୍କ ଆକଉଣ୍ଟରେ ଟଙ୍କା ପକାଇଥିଲେଓ ଆଜିର ଏହି ଚଢ଼ାଉରେ ବଲାଙ୍ଗୀର ସୋନପୁର ଭିଜିଲାନ୍ସ ଟିମର ଅଧିକାରୀ ଉପସ୍ଥିତ ଥିଲେ।
ନଗଦ ୧ ଲକ୍ଷ ୩୦୦ ଟଙ୍କା ଟଙ୍କା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ । ଏବେ ହରିହର ସ୍ୱାଇଁଙ୍କ ସିନ୍ଧେକେଲାସ୍ଥିତ କ୍ବାର୍ଟର ଓ ସରକାରୀ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗଛି ।