ଓଡିଆ ସିନେମା ‘ଦମନ’ ଓ ଅଭିନେତା ବାବୁସାନଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କଲେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା । ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ଏପରିକି ତାଙ୍କୁ ଖୁବ୍ ଶୀଘ୍ର ସାଉଥ୍ ରେ ଅଭିନୟ କରିବାକୁ ସୁଯୋଗ ଦେବା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାରେ ସଫଳତା ପରେ ସଫଳତା ସାଉଁଟି ଚାଲିଥିବା ଫିଲ୍ମ ‘ଦମନ’ ସାଉଥରେ ମଧ୍ୟ ନିଜର ସଫଳତା ଜାରି ରଖିଛି । ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ପର୍ଯ୍ୟନ୍ତ ଏହି ଫିଲ୍ମର କ୍ରେଜ ବଢ଼ି ଚାଲିଛି ।

ଟଲିଉଡର ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଓଡିଆ ସିନେମା ‘ଦମନ’କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘‘ ମୁଁ ବି ଜଣେ ଅଭିନେତା । ଅଭିନେତା ହିସାବରେ ବାବୁସାନଙ୍କୁ ମୋର ସାଲ୍ୟୁଟ। ମୁଁ ଏହି ଫିଲ୍ମକୁ ନେଇ ଯେତିକି ଶୁଣିବାକୁ ପାଉଛି ତାହା ସୁପରହିଟ୍‌ ହୋଇଛି । ଦମନ ଫିଲ୍ମକୁ ମଧ୍ୟ ମୋର ଅନେକ ଅନେକ ଶୁଭେଚ୍ଛା । ଆଗାମୀ ଅଭିନୀତ ଫିଲ୍ମରେ ବାବୁସାନଙ୍କୁ ଜାଗା ଦେବା ପାଇଁ ନିଶ୍ଚିତ ଚେଷ୍ଟା କରିବି ବୋଲି ଅଲ୍ଲୁ ଅର୍ଜୁନ କହିଛନ୍ତି ’’। ନିକଟରେ ଦମନ ଫିଲ୍ମ ହିନ୍ଦୀରେ ରିଲିଜ ହୋଇଥିଲା । ହିନ୍ଦୀ ଓ ଇଂରାଜୀରେ ସବ୍‌ ଟାଇଟେଲ ରହିଥିଲା ।ଏହା ବି ପଢନ୍ତୁ:ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ, ଡ଼ବିଙ୍ଗ ପାଇଁ ମୁମ୍ବାଇ ଗଲେ ବାବୁସାନଉଲ୍ଲେଖନୀୟ ଯେ, ଉପାନ୍ତ ଅଞ୍ଚଳରେ ଜଣେ ଯୁବ ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବା ଓ ସଂଘର୍ଷର ସତ କାହାଣୀ ହେଉଛି ଫିଲ୍ମର ବିଷୟବସ୍ତୁ । ଏହି ସତ୍ୟ କାହାଣୀକୁ ଆଧାର କରି ଚଳଚ୍ଚିତ୍ର ଲେଖକ ଦେବୀ ପ୍ରସାଦ ଲେଖା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର କାହାଣୀ ଏହଂ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ୍ ଛୁଇଁଥିଲା । ଅଭିନେତା ବାବୁସାନ୍‌ଙ୍କ ନିଖୁଣ ଅଭିନୟ ମଧ୍ୟ ସମସ୍ତଙ୍କ ହୃଦୟ ଜିଣିଛି । ତେବେ ଆଗାମୀ ଦିନରେ ବାବୁସାନ୍‌ ଟଲିଉଡ଼ ନିଜ ସ୍ଥିତି ଜାହିର କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା

Related Posts