ଧରାଶୟ ହେଲା ଶ୍ରୀଲଙ୍କା: ୨-୦ରେ ଟେଷ୍ଟ ସିରିଜ ପୋଛି ନେଲା ଭାରତ

ଭରତୀୟ କ୍ରିକେଟ ଟିମ୍ କୁ ମିଳିଛି ସଫଳତା । ୨-୦ରେ ଟେଷ୍ଟ ସିରିଜ ପୋଛି ନେଇଛି ଭାରତ । ୨୩୮ ରନରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ରବିଚନ୍ଦ୍ରନ ଅଶ୍ୱିନୀ ଓ ବୁମରାହ ଦମଦାର ବୋଲିଂ କରି ଶ୍ରୀଲଙ୍କା ଟିମକୁ ଧରାଶାୟୀ କରିଥିଲେ । ଫଳରେ ଭାରତ ଏହି ଟେଷ୍ଟ ସିରିଜରେ ବିଜୟ ହାସଲ କରିଥିଲା ।
ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟର ଆତ୍ମସମର୍ପଣ କରିଥିଲେ। ହେଲେ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ ଲଢ଼େଇ କରି ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ସତ୍ତ୍ୱେ ଶ୍ରୀଲଙ୍କା ମ୍ୟାଚ୍‌ ବଞ୍ଚାଇବାକୁ ସକ୍ଷମ ହୋଇନି। ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା।

ଏହାର ଜବାବରେ ସିଂହଳ ଟିମ ୨୦୮ ରନ୍‌ରେ ଅଲଆଉଟ ହୋଇଯାଇଛି। ଏହି ମ୍ୟାଚ୍‌କୁ ୨୩୮ ରନ୍‌ରେ ଜିତି ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌କୁ ୨-୦ରେ କ୍ଲିନ ସୁଇପ କରିଛି। ଭାରତ ପ୍ରଥମ ଇନିଂସରେ ୨୫୨ ରନ୍‌ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା କେବଳ ୧୦୯ ରନ୍‌ କରିଥିଲା। ଏହାପରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୩୦୩/୯ରେ ପାଳି ଘୋଷଣା କରିଥିଲା। ଫଳରେ ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

କାଲି ୭ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ଶ୍ରୀଲଙ୍କା ୨୮ ରନ୍ କରିଥିଲା। ଆଜି ଖେଳ ଆରମ୍ଭରୁ କରୁଣାରତ୍ନେ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଦିବସର ପ୍ରଥମ ୪୫ ମିନିଟ ଯାଏ ଭାରତୀୟ ବୋଲରଙ୍କୁ ସଫଳତା ହାସଲ କରିବାକୁ କୌଣସି ସୁଯୋଗ ଦେଇ ନଥିଲେ। ବିଶେଷ କରି ମେଣ୍ଡିସ ଦର୍ଶନୀୟ ଶଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ।।

Related Posts