ରାଜ୍ୟ ଗୋଷ୍ଠୀ କ୍ରୀଡା; ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଲେ ନୀତୁ ଘଙ୍ଘାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀତୁ ଇଂଲଣ୍ଡର ୱାର୍ଲ୍ଡ ଚାମ୍ପିୟନସିପ୍‌ କାଂସ୍ୟାପଦକ ବିଜେତା ଡେମି ଜେଡ ରେଜସ୍ତାନଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍‌ରେ ୪୮ କେଜି ମିନିମମ ୱେଟ୍‌ ବର୍ଗରେ ଇଂଲଣ୍ଡର ଡେମିଏଙ୍କ ସହ ମୁକାବିଲା କରିଥିଲେ ନୀତୁ। ତେବେ ମ୍ୟାଚ୍‌ର ଦ୍ୱିତୀୟ ରାଉଣ୍ଡରେ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି।ଏହା ପୂର୍ବରୁ ସେମିଫାଇନାଲ୍‌ରେ ସେ କାନାଡ଼ାର ପ୍ରିୟଙ୍କା ଢିଲନଙ୍କୁ ପରାସ୍ତ କରି ଫାଇନାଲକୁ ଉତ୍ତୀନ୍ନ ହୋଇଥିଲେ। ଦ୍ୱିତୀୟରେ ରାଉଣ୍ଡରେ ରେଫରୀ ମ୍ୟାଚ୍ ରୋକିବା ପରେ ୨୧ ବର୍ଷୀୟ ନୀତୁ ସର୍ବ ସମ୍ମତି କ୍ରମେ ୫-୦ରେ ବିଜୟୀ ହୋଇ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି।

Related Posts