ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ)ର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ, ମହମ୍ମଦ ଏଲ୍-ବାରାଦେଇଙ୍କ ବଡ ବୟାନ ଆସିଛି । ତେବେ ପୂର୍ବତନ ନିର୍ଦ୍ଦେଶକ ଜେନେରାଲ, ମହମ୍ମଦ ଏଲ୍-ବାରାଦେଇ, ଉପସାଗରୀୟ ଦେଶ ଏବଂ ଜାତିସଂଘକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ନିବେଦନ କରିଛନ୍ତି। ଇରାନର ଇସଲାମିକ୍ ରିପବ୍ଲିକ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏଲ୍-ବାରାଦେଇ କହିଛନ୍ତି, ସେ ପାଗଳ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ନିଆଁ ପିଣ୍ହୁଳାରେ ପରିଣତ କରିବା ପୂର୍ବରୁ ତାଙ୍କୁ ରୋକ। ତୁରନ୍ତ ସମସ୍ତ ଶକ୍ତି ପ୍ରୟୋଗ କରି ତାଙ୍କୁ ଏପରି କରିବାରୁ ରୋକନ୍ତୁ । ନଚେତ୍ ସର୍ବନାଶ ହେବ। ଅଲ-ବାରାଦେଇ ଟ୍ରମ୍ପଙ୍କ ଇରାନ ନୀତିକୁ କଡ଼ା ନିନ୍ଦା କରି ଉପସାଗରୀୟ ଦେଶ ଏବଂ ଜାତିସଂଘକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଆହ୍ୱାନ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଉପସାଗରୀୟ ଦେଶଗୁଡ଼ିକର ସରକାରଙ୍କୁ ମୋର ନିବେଦନ ହେଉଛି ଏହି ପାଗଳ ବ୍ୟକ୍ତି ସମଗ୍ର ଅଞ୍ଚଳକୁ ନିଆଁର ଗୋଲାରେ ପରିଣତ କରିବା ପୂର୍ବରୁ ଦୟାକରି ଟ୍ରମ୍ପଙ୍କୁ ରୋକିବା ପାଇଁ ଆପଣଙ୍କ ଶକ୍ତିମତେ ଯାହା ଅଛି ତାହା କରନ୍ତୁ। ଏକ ଇଂରାଜୀ ପୋଷ୍ଟରେ, ସେ ସିଧାସଳଖ ଜାତିସଂଘକୁ ପଚାରିଛନ୍ତି, ଏହି ପାଗଳାମିକୁ ବନ୍ଦ କରିବା ପାଇଁ କିଛି କରାଯାଇପାରିବ ନାହିଁ ? ବୋଲି କହୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ବଢିବାରେ ଲାଗିଛି।
