ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରିଥିବା ବେଳେ ଏହାର ଗତିପଥ ନେଇ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ । କିନ୍ତୁ ବାତ୍ୟା ପୂର୍ବରୁ ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଲାଣି । ଲୋକେ ଆଳୁ, ପିଆଜ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ କରିବାରେ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ଯେଭଳି ହୋର୍ଡିଂ ନ ହେବ ସେଥିପ୍ରତି ଧ୍ୟାନ ଦେଇଛନ୍ତି ସରକାର ।

ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ବାତ୍ୟା ପାଇଁ ଯେଭଳି ଖାଦ୍ୟ ସାମଗ୍ରୀ ହୋର୍ଡିଂ ନହେବ ସେଥିପ୍ରତି ସଜାଗ ରହିଛୁ । ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ଯୋଗାଣ ବିଭାଗ ଦୃଷ୍ଟି ରଖିଛି । ଯଦି କେହି ଅସାଧୁ ବ୍ୟକ୍ତି ବାତ୍ୟା ନାଁ ରେ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମଗ୍ରୀ ସରିଯିବ ବୋଲି କହି କିଛି ଲୋକ ବିଭ୍ରାନ୍ତ କରୁଛନ୍ତି ବେପାରୀ। ଏଭଳି କରିବା ଅନୁଚିତ୍ ବୋଲି ମନ୍ତ୍ରୀ କହିଛନ୍ତି। ବିଭାଗ ପକ୍ଷରୁ ଏନେଇ ସ୍ଵତନ୍ତ୍ର ଦୃଷ୍ଟି ରଖା ଯାଇଛି, ସେଭଳି କୌଣସି ଅସାଧୁ ବ୍ୟବସାୟୀ ସାମ୍ନାକୁ ଆସିଲା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।