ନନ୍ଦିଗ୍ରାମରୁ ହାରିବା ପରେ ଶୁଭେନ୍ଦୁଙ୍କ ଗାଡି ଉପରେ ଆକ୍ରମଣ

subhendu adhikari

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପଶ୍ଚିମବଙ୍ଗରେ ଏକ ହିଂସାକାଣ୍ଡ ସାମ୍ନାକୁ ଆସିଛି । ରବିବାର ଦିନ ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବିଜେପିର ଶୁଭେନ୍ଦୁ ଅଦିକାରୀଙ୍କ କାର ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ହଲଦିଆର ଭୋଟ ଗଣନା କେନ୍ଦ୍ର ବାହାରେ ହୋଇଥିଲା। ଆକ୍ରମଣରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀ ସାମିଲ ଥିବା ଅବିଯୋଗ ହୋଇଛି । ଏହି ସମୟରେ, ଟିଏମସି ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ନନ୍ଦିଗ୍ରାମରେ ତୁରନ୍ତ ଭୋଟ୍ ପୁନଃ ଗଣନତି କରିବାକୁ ଦାବି କରିଛି। ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମ ସିଟ୍ ଉପରେ ଜୋରଦାର ଲଢେଇ ଚାଲିଥିଲା । ପ୍ରଥମେ ମମତା ବାନାର୍ଜୀଙ୍କ ବିଜୟ ଘୋଷଣା କରାଯାଇଥିଲା। ଯେତେବେଳେ ବିଜେପିର ଆପତ୍ତି ପରେ ପୁନର୍ବାର ଗଣନା କରାଯାଇଥିଲା, ସେତେବେଳେ ଶୁଭେନ୍ଦୁ ବିଜେତା ହୋଇଥିଲେ। ବର୍ତ୍ତମାନ ଟିଏମସି ପୁନର୍ବାର ଗଣନା ପାଇଁ ଦାବି କରୁଛି। ଶୁଭେନ୍ଦୁ ଅଦିକାରୀ ଟୁଇଟ୍ କରି କହିଛନ୍ତି “ନନ୍ଦିଗ୍ରାମର ମହାନ ଲୋକଙ୍କୁ ସେମାନଙ୍କର ପ୍ରେମ, ବିଶ୍ୱାସ, ଆଶୀର୍ବାଦ ଏବଂ ସମର୍ଥନ ପାଇଁ, ଏବଂ ମୋତେ ସେମାନଙ୍କର ପ୍ରତିନିଧୀ ତଥା ନନ୍ଦିଗ୍ରାମରୁ ବିଧାୟକ ଭାବରେ ମନୋନୀତ କରିଥିବାରୁ ମୋର ଆନ୍ତରିକ ଧନ୍ୟବାଦ। ସେମାନଙ୍କ ସେବା କରିବା ଏବଂ କାର୍ଯ୍ୟ କରିବା ମୋର ଚିରସ୍ଥାୟୀ ପ୍ରତିବଦ୍ଧତା। ମୁଁ ପ୍ରକୃତରେ କୃତଜ୍ଞ! “ଵୋଲି କହିଛନ୍ତି। ମମତା ବାନାର୍ଜୀ ଦାବି କରିଛନ୍ତି ଯେ ନନ୍ଦିଗ୍ରାମ ଆସନ ପାଇଁ ଫଳାଫଳ ଘୋଷଣା ପରେ କିଛି ମନିପୁଲେସନ୍ କରାଯାଇଛି। ସୂଚନା ଦେଇ ମମତା କହିଛନ୍ତି, “ନନ୍ଦିଗ୍ରାମ ବିଷୟରେ ଚିନ୍ତା କର ନାହିଁ, ମୁଁ ନନ୍ଦିଗ୍ରାମ ପାଇଁ ସଂଘର୍ଷ କରିଥିଲି ନନ୍ଦିଗ୍ରାମ ଲୋକମାନେ ଯାହା ଚାହିଁଛନ୍ତି ତାହା ଦିଅନ୍ତୁ, ମୁଁ ଏହାକୁ ଗ୍ରହଣ କରେ। ଏବଂ ବିଜେପି ନିର୍ବାଚନରେ ​​ହାରିଛି।କିନ୍ତୁ ମୁଁ କୋର୍ଟକୁ ଯିବି କାରଣ ମୋର ସୂଚନା ଅଛି ଯେ ଫଳାଫଳ ଘୋଷଣା ହେବା ପରେ ସେଠାରେ କିଛି କରସାଧି କରାଯାଇଥିଲା ମୁଁ ସେଗୁଡ଼ିକୁ ପ୍ରକାଶ କରିବିଵୋଲି ଦିଦି କହିଛନ୍ତି । ସେ ମଧ୍ୟ କହିଛନ୍ତି ମୋତେ ତୁରନ୍ତ COVID-19 ପାଇଁ କାମ ଆରମ୍ଭ କରିବାକୁ ପଡିବ। COVID-19 ପରିସ୍ଥିତି ହେତୁ ଶପଥ ଗ୍ରହଣ ଏକ ଛୋଟ ଆକାରରେ ହେବ।

Related Posts