କିଏ ଏହି ରୋମାନ ସାଇନି ? ଯିଏ ଆଇଏଏସ ଚାକିରି ଛାଡ଼ି ୬ ବର୍ଷରେ ଛିଡା କଲେ ୧୪ ହଜାର କୋଟି ଟଙ୍କାର କମ୍ପାନୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଧିକାଂଶ ଲୋକ ଜୀବନର ସେହି ଗୋଟିଏ ସୁଯୋଗ ଅପେକ୍ଷାରେ ଥାଆନ୍ତି ଯାହା ତାଙ୍କର ସାରା ଜୀବନର ଗତି ପଥ ନିର୍ଦ୍ଧାରଣ କରିବ। ଆଉ ଭାରତ ସନ୍ଦର୍ଭରେ କହିଲେ IAS କିମ୍ବା ଡାକ୍ତର ସବୁଠାରୁ ବଡ଼ ଚାକିରି ସହ ତୁଳନା କରାଯାଇଥାଏ । ଆଉ ଏଥିପାଇଁ ଛାତ୍ର ଛାତ୍ରୀ ମାନେ ଦିନରାତି ଏକ କରି ପରିଶ୍ରମ କରନ୍ତି। ଆଉ ଜୀବନର ଏହି ରେସ୍ ରେ ସଫଳତା ହାସଲ କରିବା ପରେ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ତା’ପରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ପୁଣି ଥରେ ନିଜର ନିଷ୍ପତ୍ତି ପରିବର୍ତ୍ତନ କରି ଅଲଗା ରାସ୍ତା ଧରିଥାନ୍ତି। ଆଉ ଏଭଳି ଜଣେ ସଫଳ ବ୍ୟକ୍ତି ହେଉଛନ୍ତି ରୋମାନ୍ ସାଇନି। ଯିଏକି ଏକା ଧାରାରେ ଜଣେ ଡାକ୍ତର, ପୂର୍ବତନ ଆଇଏଏସ୍ ଅଧିକାରୀ ଏବଂ ଜଣେ ସଫଳ ଉଦ୍ୟୋଗୀ।

ଭାରତର ସର୍ବକନିଷ୍ଠ ସରକାରୀ କର୍ମଚାରୀ ହେବାର ସଫଳତା ହାସଲ କରିବା ଠାରୁ ଆରମ୍ଭ କରି ନିଜର ପ୍ରୟାସରେ ଏକ କମ୍ପାନୀର ପ୍ରତିଷ୍ଠା କରିଛନ୍ତି ରୋମାନ୍ ସାଇନି। ଏହି କମ୍ପାନୀର ଟର୍ଣ୍ଣ ଓଭର ହେଉଛି 14,000 କୋଟିରୁ ଅଧିକ। 

ରୋମାନ୍ ସାଇନିଙ୍କ ପ୍ରେରଣାଦାୟକ ସଫଳତାର କାହାଣୀ 

ବୟସ ୧୬ ବର୍ଷ ଏତେ କମ୍ ବୟସରେ ସାଇନି AIIMS ଆଡମିଶନ ପରୀକ୍ଷା କ୍ଲିୟର କରି ରେକର୍ଡ ସୃଷ୍ଟି କରିଥିଲେ। ୧୮ ବର୍ଷ ବୟସରେ, ସେ ଏକ ସମ୍ମାନଜନକ ଡାକ୍ତରୀ ପ୍ରକାଶନରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଥିଲା। ସାଇନ୍ ଏମବିବିଏସ୍ ଡିଗ୍ରୀ ହାସଲ କରିବା ପରେ AIIMS ରେ National Drug Dependence Treatment Centre (NDDTC) ରେ କାର୍ଯ୍ୟ କରିଥିଲେ । ତେବେ ଏଭଳି ଖ୍ୟାତି ସମ୍ପନ୍ନ ଚାକିରିକୁ କେହି ବି ଛାଡ଼ି ଦେବାକୁ ପସନ୍ଦ କରିବେ ନାହିଁ। କିନ୍ତୁ ରୋମାନ୍ ମାତ୍ର ୬ ମାସରେ ଏହି ଚାକିରୀ ଛାଡି ଦେଇଥିଲେ। ଏହା ପରେ ଆଇଏଏସ୍ ହେବାର ରାସ୍ତା ଅପଣେଇ ଥିଲେ ।

 IAS ରାସ୍ତା ବାଛିବା

୨୨ ବର୍ଷ ବୟସରେ, ରୋମାନ ସାଇନି UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।  ତେବେ ସେ ଆଇଏଏସ୍ ହେବା ପଛର କାରଣ କହିଥାନ୍ତି  , “ମୁଁ ମୋର ଏମବିବିଏସ୍ ପାଠ ପଢୁଥିଲି ଏବଂ ହରିୟାଣାର ଦିନଲପୁର ଗ୍ରାମରେ ପୋଷ୍ଟିଂ ହୋଇ ଥିଲା।  ମୁଁ ସେଠାରେ ଅନୁଭବ କରିଥିଲି ଯେ ଲୋକମାନେ କିପରି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେତେବେଳେ ମୁଁ ଦେଶର ସେବା କରିବାକୁ ନିଷ୍ପତ୍ତି ନେଇଥିଲି। ”  ରୋମାନ୍ 22 ବର୍ଷ ବୟସରେ ସର୍ବ କନିଷ୍ଠ IAS ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ମଧ୍ୟପ୍ରଦେଶରେ କଲେକ୍ଟର ଭାବେ ପୋଷ୍ଟିଂ ପାଇଥିଲେ। 

ପୁଣି ନିଷ୍ପତ୍ତି ବଦଳାଇଲେ 

ଡାକ୍ତର ପରେ ଆଇଏଏସ୍ ହେଲେ ,କିନ୍ତୁ ସେଥିରେ ବେଶୀ ଦିନ ରହିନଥିଲେ ।  ଖୁବ୍ ଶୀଘ୍ର ସେ ଚାକିରି ଛାଡି ତାଙ୍କ ବନ୍ଧୁ ଗୌରବ ମୁଞ୍ଜାଲଙ୍କ ସହ ମିଶି Unacademy ପ୍ରତିଷ୍ଠା କରିଥିଲେ, ଯାହାକି ଆଜି ହଜାର ହଜାର IAS ଆଶାୟୀଙ୍କୁ UPSC ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। Unacademy ପଛରେ ତାଙ୍କର ଧାରଣା ଥିଲା ଯେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀମାନଙ୍କକୁ UPSC କୋଚିଂ କ୍ଲାସ୍ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ।

୧୪ ହଜାର କୋଟି ଟଙ୍କାର କମ୍ପାନୀ ପ୍ରତିଷ୍ଠା 

2010 ରେ ବନ୍ଧୁ ଗୌରବ ମୁଞ୍ଜାଲଙ୍କ ଦ୍ବାରା ଚାଲୁଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଭାବେ Unacademyର ମୂଳଦୂଆ ପଡିଥିଲା। କମ୍ପାନୀ 2015 ରେ ମୁଞ୍ଜାଲ୍, ସାଇନି ଏବଂ ସେମାନଙ୍କର ସହ-ପ୍ରତିଷ୍ଠାତା ହେମେଶ ସିଂଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠିତ ହୋଇଥିଲା।  ଛଅ ବର୍ଷ ତଳେ, 18,000 ଶିକ୍ଷାବିତଙ୍କ ନେଟୱାର୍କ ସହିତ Unacademy ହେଉଛି ଭାରତର ସର୍ବ ବୃହତ ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରତିଷ୍ଠିତ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ । କମ୍ପାନୀର ଟର୍ଣ୍ଣ ଓଭର 2 ବିଲିୟନ ଡଲାର (ପ୍ରାୟ 14,830 କୋଟି) ଅଟେ। ଏହି କମ୍ପାନୀ ସହ 50 ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଯୋଡ଼ି ହୋଇଛନ୍ତି ।

 ସଫଳତାର ମନ୍ତ୍ର

 ରୋମାନ୍ ସାଇନି ବିଶ୍ୱାସ କରନ୍ତି ଯେ ଶିଖିବା ହେଉଛି ସଫଳତାର ପ୍ରଥମ ଶିଡି । ଆଉ ଜୀବନରେ ସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେବା ଜରୁରୀ । ସେ କୁହନ୍ତି ଯେ ମଣିଷ ଜନ୍ମରୁ ପ୍ରତିଭା ନେଇ ଜନ୍ମଗ୍ରହଣ କରନଥାନ୍ତି। ଜୀବନର ଲକ୍ଷ୍ୟ ସ୍ଥିର କରିବା ପାଇଁ ଜ୍ଞାନ, ପ୍ରତିଭା ଏବଂ ଚରିତ୍ର ଠିକ୍ କରିବା ଉଚିତ ।   

Related Posts