କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁଣନିଧୀ ବିଶୋଇ

କଟକ: ପୁଣି ଆଖି ବୁଜିଲେ ଆଉ ଜଣେ ପୀଡ଼ିତ । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ଶେଷରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଛି ।

କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ଗୁଣନିଧୀ ବିଶୋଇ । ଗତକାଲି ସେ ଥାନା ଆଗରେ ପୋଲିସ୍‌ର ସାହାଯ୍ୟ ନକରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ଚିକିତ୍ସା ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ଚାଲିଥିଲା । ଗୁଣନିଧୀଙ୍କ ଶରୀରର ୯୦ ରୁ ଉର୍ଦ୍ଧ୍ବ ଅଂଶ ପୋଡି ଯାଇଥିଲା । ଫଳରେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ।

Related Posts