ନୁପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି: ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ ମନା

ନୂଆଦିଲ୍ଲୀ :ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି ।ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କୁ କରାଯାଇପାରିବ ନାହିଁ ଗିରଫ । ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ହୋଇଥିବା ବେଳେ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସ୍ଥିର କରାଯାଇଛି। ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କ ସହିତ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ରାଜ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ବିଜ୍ଞପ୍ତିରେ ନୂପୁର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ମାମଲା କାହିଁକି ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ କି ନୁହେଁ ତାହା କୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ରାଜ୍ୟ ତଥା କେନ୍ଦ୍ରର ଉତ୍ତର ପରେ ମାମଲା ହସ୍ତାନ୍ତର ନିଷ୍ପତ୍ତି କୋର୍ଟ ଗ୍ରହଣ କରିବେ ।

ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଆମର ପୂର୍ବ ଆଦେଶରେ ସାମାନ୍ୟ ସଂଶୋଧନ କରୁଛୁ। ଆମେ ଚାହୁଁନାହୁଁ ତୁମେ ପ୍ରତ୍ୟେକ କୋର୍ଟକୁ ଯାଅ। ନୂପୁର ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ୯ ଟି ଏଫଆଇଆର୍‌ ପଞ୍ଜୀକୃତ ହୋଇଛି ଏବଂ ଏସବୁକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ ଯାହା ଦ୍ୱାରା ତାଙ୍କୁ ଦେଶର ବିଭିନ୍ନ ସହରକୁ ଯିବାକୁ ପଡିବ ନାହିଁ। ନୂପୁର ଶର୍ମାଙ୍କ ଓକିଲ ମନିନ୍ଦର ସିଂ କହିଛନ୍ତି ଯେ ନୂପୁରଙ୍କ ଜୀବନ ପ୍ରତି ବିପଦରେ ଅଛି । ତାଙ୍କୁ ଏନେଇ ଧମକ ମଧ୍ୟ ମିଳିଛି। ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆମେ ଆପଣଙ୍କର ଆଇନଗତ ବିକଳ୍ପକୁ ସମର୍ଥନ କରିବାକୁ ଚାହୁଁଛୁ ।

Related Posts