୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର

ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ):  ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ ଦିଆଯାଇଛି ଏହି ସୂଚନା।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ୩ ଧାଡ଼ିଆ ପ୍ରେସ୍ ରିଲିଜରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତଧକ୍କା ହୋଇଛି । କଂଗ୍ରେସରେ ରହି ନିଜ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବାର ଫର୍ମୂଲା ମଧ୍ୟ ସୁରଙ୍କ ଫେଲ ମାରିଛି ।

ସୂଚନାଯୋଗ୍ୟ, ସାନପୁଅ ମନ୍ମଥଙ୍କ ପାଇଁ ସୁର ପ୍ରଚାର କରୁଥିଲେ ମଧ୍ୟ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଥିଲେ । କଂଗ୍ରେସ ପକ୍ଷରୁ ତାଙ୍କୁ ୨ଥର କାରଣଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା । ମାତ୍ର ସେ ଏହି ନୋଟିସକୁ ପ୍ରତ୍ୟାଖ୍ୟାନ କରି ସେ ଦଳ ବିରୋଧୀ କାର୍ଯ୍ୟ କରୁନାହାନ୍ତି ବୋଲି ସଫେଇ ଦେଇଥିଲେ । ସୁର ୨୦୧୯ରେ କଂଗ୍ରେସ ଟିକେଟରେ ଜଟଣୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ ।

Related Posts