ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ସନ୍ଦିଗ୍ଧ ଡ୍ରୋନ୍, ପୁଲିସ୍ ତଦନ୍ତ ଜାରି

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ):  ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଏକ ସନ୍ଦିଗ୍ଧ ଡ୍ରୋନ୍ ପଡ଼ିଛି। ଏହି ଡ୍ରୋନ୍ କାହାର ତାହା ଜଣାପଡ଼ିନି। ଏନେଇ ବେଲପାହାଡ଼ ‌ପୁଲିସ୍ ପକ୍ଷରୁ ସାଂସଦଙ୍କ ଘରେ ତଦନ୍ତ ଜାରି ରହିଛି। ଡ୍ରୋନ୍‌କୁ ନେଇ ସୁରେଶ ପୂଜାରୀ ସନ୍ଦେହ ପ୍ରକାଶ କରିଛନ୍ତି।

ବେଲପାହାଡ଼ସ୍ଥିତ ଗାନ୍ଧିଛକ ଆମ୍ବଝର ନିକଟସ୍ଥ ଭଡ଼ା ଘର ପରିସରରେ ଡ୍ରୋନ୍ ଖସିବା ପରେ ସୁରେଶ ଏସ୍‌ପିଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରୋନ୍‌କୁ କିଏ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲା ସେ ନେଇ ସୁରେଶ ପୂଚାରୀ ସନ୍ଦେହ ପ୍ରକଟ କରିଛନ୍ତି।

Related Posts