ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଥମ LGBTQ ସାଂସଦ ଭାବେ ଶପଥ ନେଲେ ମେନକା ଗୁରୁସ୍ୱାମୀ । ତେବେ ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ସାଂସଦ ଭାବେ ମେନକା ଗୁରୁସ୍ୱାମୀ (ଟିଏମସି) ଶପଥ ଗ୍ରହଣ କରିଛନ୍ତି। ତେବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୧୯ ସାଂସଦ ସୋମବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ସଭାପତି ସି.ପି ରାଧାକ୍ରିଷ୍ଣନ,ଉପସଭାପତି ହରିବଂଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଉପସ୍ଥିତିରେ ରାଜ୍ୟସଭା ଚାମ୍ବରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାରାଷ୍ଟ୍ରର ୫ ସାଂସଦ,ଓଡ଼ିଶାର ୩,ତାମିଲନାଡୁର ୬ ଏବଂ ପଶ୍ଚିମବଙ୍ଗର ୫ ରାଜ୍ୟସଭା ସଦସ୍ୟ ଶପଥ ନେଇଥିଲେ ।
