ଟି-୨୦ ବିଶ୍ୱକପ୍; ଉଦଘାଟନୀ ମ୍ୟାଚ୍ ରେ ଘରୋଇ ଦଳକୁ ଝଟକା, ୮୯ ରନରେ ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ସୁପର୍‌ ୧୨ ମୁକାବିଲା ଆରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ଘରୋଇ ଅଷ୍ଟ୍ରେଲିଆ । ତେବେ ପ୍ରଥମ ମ୍ୟାଚରେ ଘରୋଇ ଦଳକୁ ଜୋରଦାର ଝଟକା ଲାଗିଛି। ଉଦଘାଟନୀ ମ୍ୟାଚଟିକୁ ଜିତି ନେଇଛି ନ୍ୟୁଜିଲାଣ୍ଡ। ତେବେ ଏହି ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ଜବାବରେ ଅଷ୍ଟ୍ରେଲିଆ ୧୭.୧ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୧ ରନ କରିବାକୁ ସକ୍ଷମ ହୋଇଛି ।ଫଳରେ ୮୯ ରନର ବୃହତ ବିଜୟ ସହ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ ଟିମ୍‌ ।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ଫିନ୍‌ ଆଲେନ୍‌ ଏବଂ ଡେଭୋନ୍‌ କୋନଓ୍ବେ ବିସ୍ଫୋରକ ଆରମ୍ଭ କରିଥିଲେ । ଆଲେନ୍‌ ମାତ୍ର ୧୬ ବଲରୁ ୫ଚୌକା ଏବଂ ୩ଛକା ସହାୟତାରେ ୪୨ ରନ କରି ଆଉଟ ହୋଇଥିବା ବେଳେ କୋନଓ୍ବେ ୫୮ ବଲ ଖଷଳି ୭ ଚୌକା ଏବଂ ୨ ଛକା ସହ ୯୨ ରନ କରି ଅପରାଜିତ ଥିଲେ । ସେହିଭଳି ଅଧିନାୟକ କେନ୍‌ ଓ୍ବିଲିମୟସନ ୨୩ରନ ଏବଂ ଗ୍ଲେନ୍‌ ଫିଲିପ୍ସ ୧୨ ରନ କରି ଆଉଟ ହୋଇଥିଲେ । ଜିମି ନିସାମ ୨୬ରନ କରି ଅପରାଜିତ ଥିଲେ । ୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

Related Posts