ବିଳମ୍ବରେ ସ୍କୁଲରେ ପହଁଚିବା ନେଇ ଶିକ୍ଷକଙ୍କ ଛାତ୍ରୀଙ୍କୁ ତାଗିଦ: ୧୦୦ ଥର ଉଠ୍‌ବସ୍‌ ହେବା ବେଳେ ଅଚେତ ହୋଇଗଲେ ୭ଛାତ୍ରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଅଘଟଣ | ଉଠ୍‌ବସ୍‌ ହେବା ବେଳେ ଅଚେତ ହୋଇଗଲେ ୭ଜଣ ଛାତ୍ରୀ | ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଛାତ୍ରୀମାନେ ସମସ୍ତେ ନବମ ଶ୍ରେଣୀ ପାଠ ପଢ଼ୁଥିବା ସୂଚନା ମିଳିଛି |

ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ଚାଲିଛି। କିଛି ଛାତ୍ରୀ ଆଜି ସକାଳେ ପ୍ରାର୍ଥନା ସମୟରେ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଏନେଇ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଛାତ୍ରୀମାନଙ୍କୁ କାହିଁକି ବିଳମ୍ବରେ ସ୍କୁଲରେ ପହଞ୍ଚିଲ ବୋଲି ପ୍ରଶ୍ନ କରିଥିଲେ। ଏହାସହ ୧୦୦ ଥର ଉଠ୍‌ବସ୍‌ ହେବା ପାଇଁ କହିଥିଲେ। ଛାତ୍ରୀମାନେ ଉଠ୍‌ବସ୍‌ ହେବା ବେଳେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପିଲାମାନେ ଡାକ୍ତରଖାନା ଆସିଲାବେଳେ ଧଇଁସଇଁ ହେଉଥିଲେ। ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ଅଛନ୍ତି।

ପାଟଣା ଗଡ଼ ବିଇଓ କହିଛନ୍ତି, ମୁଁ ସ୍କୁଲ ଯାଇ ଘଟଣା ତଦନ୍ତ କରିବି। ଏହି ଘଟଣାରେ ଯଦି ଶିକ୍ଷକଙ୍କ ଭୁଲ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Posts