ଆଜି ପାକିସ୍ତାନ ବାଛିବ ନୂଆ ପ୍ରଧାନମନ୍ତ୍ରୀ: ଦିନ ୨ଟା ବେଳେ ନ୍ୟାସନାଲ ଆସେମ୍ଲିରେ ଭୋଟିଂ

ପାକିସ୍ତାନ: କିଏ ହେବ ପାକିସ୍ତାନ ର ନୂଆ ପ୍ରଧାନମନ୍ତ୍ରୀ | ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଜି ମିଳିବ ତାର ନୂଆ ପ୍ରଧାନମନ୍ତ୍ରୀ | ପାଓ୍ୱାର୍ ଗେମ୍‌ରେ ଇମ୍ରାନ୍ ଆଉଟ୍ ହେବା ପରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତିକୁ ନେଇ ଆରମ୍ଭ ହୋଇଛି ପକ୍ରିୟା | ବିରୋଧୀ ଦଳ ନେତା ଶାହବାଜ ଶରିଫ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ବନିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ PML-N ଅଧ୍ୟକ୍ଷ। ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ। ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଶାହ ମହମୁଦ କୁରେସି।

ଆଜି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ସେପଟେ ନୂଆ ସରକାର କୌଣସି ପ୍ରତିଶୋଧ ମୂଳକ ରାଜନୀତିରେ ସାମିଲ ହେବ ନାହିଁ ବୋଲି କହିଛନ୍ତି ଶାହବାଜ। ଏଥିସହ ନଓ୍ୱାଜ ଶରିଫଙ୍କ ବିରୋଧରେ ଆଇନ ଅନୁସାରେ ମାମଲା ଆଗେଇବ ଏବଂ କାଶ୍ମୀର ବିବାଦର ସମାଧାନ ନହେବା ଯାଏଁ ଭାରତ ସହ ସଂପର୍କ ସ୍ୱାଭାବିକ ହେବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଇମ୍ରାନ୍ ଟୁଇଟ୍ କରିଛନ୍ତି ଯେ, ୧୯୪୭ରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା। କିନ୍ତୁ ଆଜି ଠାରୁ ପୁଣି ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି।

ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ଶାହବାଜ ସରିଫ। ସେ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ। ସେ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶାହାବାଜ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ।

ଶାହବାଜ ସରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ୨୦୦୭ ମସିହାରେ ଶାହବାଜ ପାକିସ୍ତାନ ଫେରିଥିଲେ। ୨୦୧୭ରେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ଥିଲେ। ଶାହବାଜ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଇମ୍ରାନ୍ଙ୍କ ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ବିରୋଧରେ ପାକିସ୍ତାନ ତହରିକ-ଏ-ଇନସାଫ ରବିବାର ରାତିରେ ଦେଶର ଅନେକ ସହରରେ ରାଲି କରିଛି । ଇସଲାମାବାଦ, କରାଚି, ପେଶଓ୍ବାର ଏବଂ ଲାହୋର ସହ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହି ରାଲି ବେଳେ ପ୍ରଦର୍ଶନକାରୀ ବିରୋଧୀଙ୍କ ବିରୋଧରେ ନାରାବାଜି କରିବା ସହ ଇମ୍ରାନ ଖାନ୍ଙ୍କୁ ଅବିଶ୍ବାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏଥିସହ ଇମ୍ରାନଙ୍କ ସମର୍ଥକମାନେ ଚୌକିଦାର ଚୋର୍ ହୈ ନାରା ଦେଇ ବିରୋଧ ପ୍ରଦର୍ସନ କରିଥିଲେ ।

Related Posts