ପାଟନା: ବିହାର ସରକାରରେ ଆରଜେଡି ନେତା ତଥା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର କ୍ୟାବିନେଟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଏକ ବଡ଼ ଭବିଷ୍ୟତ ବାଣୀ କରିଛନ୍ତି । ସେ କହିଛନ୍ତି ଯେ ମୁଁ କରିଥିବା ଭବିଷ୍ୟବାଣୀ ସବୁବେଳେ ସତ ହୁଏ। ଆଉ ଆଜି ମୁଁ ପୁଣି ଥରେ ଏକ ଭବିଷ୍ୟବାଣୀ କରୁଛି । ଯାହା ଆଗାମୀ ଦିନରେ ସତ ପ୍ରମାଣିତ ହେବ ।
ଆଗାମୀଦିନରେ କେନ୍ଦ୍ରରେ ମହାଗଠବନ୍ଧନ ସରକାର କ୍ଷମତାକୁ ଆସିବ। ସେ ଏହା ମଧ୍ୟ କହିଛନ୍ତି ଯେ, ଗତଥର ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଜୀଙ୍କ ବିଷୟରେ ଯାହା ପୂର୍ବାନୁମାନ କରିଥିଲି, ଆଜି ତାହା ସତ ହୋଇଛି। ସେ ଏବେ ଆମ ସହ ହାତ ମିଳାଇଛନ୍ତି।
ବିହାର ରାଜନୀତିରେ ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ତେଜ ପ୍ରତାପ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ। ଏଠାରେ ବିଜେପିକୁ ନେଇ ପ୍ରତିକ୍ରିୟା ମଗାଯିବା ପରେ ତେଜ ପ୍ରତାପ କହିଥିଲେ ଯେ, ଆମେ ଲୋକଙ୍କ ପାଇଁ କାମ କରିବାରେ ବିଶ୍ୱାସ କରୁ। ବିଜେପି ଯାହା କରୁଛି ବା କରୁନାହିଁ, ତାହା ନିଜ ଘରେ କରୁଛି। ସର୍ବସାଧାରଣରେ ବିଜେପି ଦୃଶ୍ୟମାନ ନୁହେଁ। ବିହାରରେ ବିଜେପି ସରକାରକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଁ ଭବିଷ୍ୟବାଣୀ ମଧ୍ୟ କରେ। ଗତ ଥର ମୁଁ ନୀତୀଶ କୁମାରଜୀଙ୍କୁ ନେଇ ଯାହା ପୂର୍ବାନୁମାନ କରିଥିଲି, ଆଜି ତାହା ସତ ହୋଇଛି। ସେ ଏବେ ଆମ ସହ ହାତ ମିଳାଇଛନ୍ତି। ଆଜି ମୁଁ ଭବିଷ୍ୟବାଣୀ କରୁଛି ଯେ, ଖୁବ ଶୀଘ୍ର କେନ୍ଦ୍ରରେ ମହାଗଠବନ୍ଧନର ପତାକା ଉଡ଼ିବ।
