ତେଜସ୍ୱୀଙ୍କ ମିଛର ସଜା : କୋଭିଡ୍ ୱାର୍ ରୁମ୍ ର ୧୬ ଜଣ ମୁସଲିମ୍ କର୍ମଚାରୀଙ୍କ ମଧ୍ୟରୁ ୧୨ ଜଣ ଏବେବି ବେକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୪ ମଇ ୨୦୨୧, ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ, ତିନିଜଣ ବିଧାୟକଙ୍କ ସହ ଗ୍ରେଟର ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ ର COVID-19 ୱାର ରୁମ୍ ରେ ପ୍ରବେଶ କରି ସେଠାରେ  ବେଡ୍ ଆବଣ୍ଟନ ଦୁର୍ନୀତିରେ ସାମ୍ପ୍ରଦାୟିକ ଭେଦଭାବ କଥା ଉଠାଇଥିଲେ। ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଟାର୍ଗେଟ କରି ଥିଲେ। ସୂର୍ଯ୍ୟ ସେଠାରେ କାମ କରୁଥିବା ୨୦୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୬ ଜଣ ମୁସଲମାନଙ୍କ ନାଁ ପଢିଥିଲେ। 

 ସେହି ଦିନ ସୂର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ BBMP ତଥା କଥିତ ବେଡ୍ ବୁକିଂ ସ୍କାମ ବିଷୟରେ କହିଥିଲେ। ସୂର୍ୟ୍ୟାଙ୍କ ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ମଧ୍ୟରେ ଏହି ୧୬ ଜଣ ମୁସଲମାନ ଲୋକଙ୍କ ନାଁ ସୋସିଆଲ ମିଡିଆରେ ଘୂରି ବୁଲିଲା। ସେମାନଙ୍କୁ ‘ଆତଙ୍କବାଦୀ’ ବୋଲି କୁହାଗଲା ଏମିତିକି ସେମାନଙ୍କୁ ବେଙ୍ଗାଲୁରୁର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଇଥିଲା।  ଫଳସ୍ୱରୂପ, ଏହି ମୁସଲମାନ କର୍ମଚାରୀମାନେ ଚାକିରି ହରାଇଲେ ।

ଘଟଣାର ଛଅ ଦିନ ପରେ, ଯେତେବେଳେ ତେଜସ୍ୱୀ ସୂର୍ଯ୍ୟାଙ୍କୁ ପଚରାଗଲା ଯେ ସେ 16 ଜଣ ମୁସଲମାନଙ୍କ ତାଲିକା କାହିଁକି ପଢିଥିଲେ, ସେତେବେଳେ ତାଙ୍କ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନଥିଲା। ଏହି ଘଟଣାକୁ ଦୁଇ ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ଏହି ମାମଲାରେ ଜଡିତ ମୁସଲିମ କର୍ମଚାରୀ ମାନେ ବିଜେପି ନେତାଙ୍କ ରାଜନୀତିର ଶୀକାର ହେଉଛନ୍ତି। ସେମାନଙ୍କ ଜୀବନରେ କେଉଁ ପ୍ରକାର ପରିବର୍ତ୍ତନ ଆସିଛି ତାହା ବୁଝିବା ପାଇଁ TNM ଏହି ୧୬ ଜଣ ମୁସଲମାନ କର୍ମଚାରୀଙ୍କ ସହ କଥା ହୋଇଛି । 

 ଏହି ୧୬ ଜଣଙ୍କ ମଧ୍ୟରୁ କେବଳ ଜଣେ ଲୋକ BBMP ୱାର ରୁମ୍ ରେ ପୁଣି ଥରେ ଚାକିରି ପାଇଛନ୍ତି, ୩ ଜଣ ନୂଆ ଚାକିରି ପାଇଛନ୍ତି, ଅଧିକାଂଶ ଲୋକ ଏବେ ବି ଚାକିରି ଖୋଜୁଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତି, କେହି କେହି ସେମାନଙ୍କ ରିଜ୍ୟୁମରେ ୱାର ରୁମ୍ କାର୍ଯ୍ୟ ଅଭିଜ୍ଞତା ବିଷୟରେ ମଧ୍ୟ କହିବାକୁ ଭୟ କରନ୍ତି ।

 ‘ଆମର ଦୋଷ କ’ଣ ?’

 ଜୁନ୍ ୨୦୨୦ ଠାରୁ A (ସାଙ୍କେତିକ ନାମ) BBMP କଣ୍ଟ୍ରୋଲ୍ ରୁମରେ କାର୍ଯ୍ୟ କରୁଥିଲା । ୪ ମଇ ୨୦୨୧ ,ଅପରାହ୍ନ ୪ ଟାରେ ତାଙ୍କ ସିଫ୍ଟ ପାଇଁ ୱାର ରୁମ୍ କୁ ଆସିଥିଲେ, କିନ୍ତୁ ସେତେବେଳକୁ ସୋସିଆଲ ମିଡିଆରେ 16 ଜଣଙ୍କ ନାମ ସେୟାର କରାଯାଇଥିଲା।

 ୪୦ ବର୍ଷ ବୟସ୍କା A କହିଛନ୍ତି, ମୁଁ ଭୟଭୀତ ଥିଲି, ସେତେବେଳେ ମୋ ସହିତ କ’ଣ ଘଟୁଛି ବୁଝିପାରିଲି ନାହିଁ । ରାତି ୧୧ ଟାରେ ମୋ ସିଫ୍ଟ ସରିବା ମୁଁ ଘରକୁ ଗଲି ଏବଂ ପରଦିନ ମୋତେ ପୋଲିସ ନିକଟରେ ହାଜର ହେବାକୁ କୁହାଗଲା। ସେମାନେ ଆମକୁ ପଚରାଉଚରା କରି ଚାଲିଗଲେ।  ମୁଁ ଅନେକ ଦିନ ଶୋଇ ପାରିଲି ନାହିଁ । ମୋତେ କାହିଁକି ଟାର୍ଗେଟ କରାଯାଉଥିଲା ମୁଁ ଜାଣି ପାରୁନଥିଲି। 

 ଯେତେବେଳେ ଏହା ସ୍ପଷ୍ଟ ହେଲା ଯେ ଏହି ବେଡ ସ୍କାମ ସହିତ ଏହି ବ୍ୟକ୍ତିମାନଙ୍କର କୌଣସି ସମ୍ପର୍କ ନାହିଁ, A କ୍ରିଷ୍ଟାଲ ଇନଫୋସିଷ୍ଟମ ଆଣ୍ଡ ସର୍ଭିସେସ୍ ନିକଟକୁ ଆସିଥିଲେ, ଯେଉଁ କମ୍ପାନୀ BBMP ଦକ୍ଷିଣ ୱାର ରୁମ୍ ରେ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିଲା। ଜଣେ କହିଛନ୍ତି ଯେ , “ମୁଁ ବିବାହିତ ଏବଂ ମୋର ଛୁଆ ଅଛନ୍ତି । ମୋ ପରିବାର ରାସ୍ତା କକୁ ଆସିଥାନ୍ତେ। ମୁଁ ସେମାନଙ୍କୁ ମୋର ଚାକିରୀ ଫେରାଇବାକୁ ଅନୁରୋଧ କଲି, ଏବଂ ସେମାନେ ଫେରାଇ ଦେଲେ।”

 ତେବେ ପୁଣି ଥରେ ଚାକିରୀ ଦିଆଯିବା ପରେ A’ର ଦରମା ହ୍ରାସ କରାଯାଇଥିଲା।  ଏ ବାବଦରେ ସେ କହିଛନ୍ତି, “ଏହା ମୋତେ ଅଧିକ ଆଘାତ ଦେଇ ନାହିଁ। ଆମ ସମସ୍ତଙ୍କ ସହିତ କ’ଣ ହେଲା, ମୁଁ ଏହା ଦ୍ୱାରା ଦୁଃଖିତ। ସେ ପ୍ରଶ୍ନ କରିଛନ୍ତି ଆମର ଦୋଷ କ’ଣ ଥିଲା ?”

 ‘ମୁଁ ଅନ୍ୟ ଚାକିରି ମଧ୍ୟ ପାଇପାରୁ ନାହିଁ’

 B ଜୁନ୍ ୨୦୨୦ ରେ ୱାର୍ ରୁମ୍ କଲ୍ ସେଣ୍ଟରରେ ଯୋଗ ଦେଇଥିଲେ । ସେ କାମ କରିବାର ମାତ୍ର ୪ ମାସ ହୋଇଥିଲା, ସେହି ସମୟ ମଧ୍ୟରେ ଅନେକ ଲୋକଙ୍କୁ କମ୍ ୱାର୍କ ଲୋର୍ଡ କାରଣରୁ ଚାକିରି ଛାଡିବାକୁ କୁହାଯାଇଥିଲା। ଏହା ପରେ, ସେ ଏପ୍ରିଲ୍ ୨୦୨୧ ରେ ପୁନର୍ବାର ଚାକିରୀରେ ଯୋଗଦେଇଥିଲେ।  ଏବଂ ଚାକିରିରେ ଯୋଗଦେବାର ମାତ୍ର ୧୦ ଦିନ ହୋଇଛି ତେଜସ୍ୱୀ ମାମଲାରେ ଏଣ୍ଟ୍ରି ହୋଇଗଲା ।

୨୩ ବର୍ଷ ବୟସ୍କା Bଙ୍କର ତାଙ୍କ ସାନଭାଇ ଏବଂ ମା’ର ଯତ୍ନ ନେବାର ଦାୟିତ୍ବ ରହିଛି। ଏଭଳି ପରିସ୍ଥିତିରେ, BBMP ରୁ ୧୩୦୦୦ ଟଙ୍କା ଦରମା ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଥିଲା। ସେ କହିଥିଲେ, ମୋର ମାମୁଁ ବର୍ଷ ବର୍ଷ ଧରି ଆମର ଯତ୍ନ ନେଉଥିଲେ ଏବଂ ମୁଁ ଭାବିଲି ପରିବାର ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ହେବ। ମୁଁ ବହୁତ ଭୁଲ୍ ଥିଲି ମୁଁ ସେଠାରେ ଚାକିରି ହରାଇଲି ଏବଂ ବର୍ତ୍ତମାନ ମୁଁ ଅନ୍ୟ ଚାକିରି ଖୋଜି ପାଇବାରେ ଅକ୍ଷମ। 

 B ତାଙ୍କ ରିଜ୍ୟୁମରେ ୱାର ରୁମ୍ ର କାର୍ଯ୍ୟର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରି ଦୁଇଟି କଲ୍ ସେଣ୍ଟରରେ ଚାକିରି ପାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେହି କାରଣ ହେତୁ ସେ ଚାକିରି ପାଇଲେ ନାହିଁ । B କହିଛନ୍ତି, “ଏହା ଦେଖି ସେ ମୋତେ ସବିଶେଷ ତଥ୍ୟ ମାଗିଲେ। ମୁଁ ଅନୁମାନ କଲି ଯେ ୱାର ରୁମ୍ ଘଟଣା ଯୋଗୁଁ ମୁଁ ଚାକିରି ପାଇଲି ନାହିଁ;  ବୋଧହୁଏ ପରବର୍ତ୍ତୀ ସମୟରେ ମୁଁ ଏହି ଉଲ୍ଲେଖ କରିବି ନାହିଁ ।ମୋର ଚାକିରି ଦରକାର ତେଣୁ ମୋର ଅଭିଜ୍ଞତାକୁ ଲୁଚାଇବି। “

 ‘ମୁସଲମାନ ହେତୁ ଟାର୍ଗେଟ କରାଯାଇଥିଲା’

 ୨୧ ବର୍ଷୀୟ C ଦାବି କରିଛନ୍ତି ଯେ ବିଜେପି ନେତାମାନେ ୱାର ରୁମ୍ ରେ ପ୍ରବେଶ କରିବା ପୂର୍ବରୁ ବିବିଏମପି ଉପରେ ମୁସଲମାନମାନଙ୍କୁ ହଟାଇବା ପାଇଁ ଚାପ ପକାଉଥିଲେ।  ସେ କହିଥିଲେ, ମୁଁ ଯେତେବେଳେ ମୋ ସାଙ୍ଗଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିଲି ଯେତେବେଳେ ମ୍ୟାନେଜର ଦୌଡ଼ି ଆସି ଆମ ଦୁହିଁଙ୍କୁ ଚାଲିଯିବାକୁ କହିଥିଲେ।  ଯେତେବେଳେ ଆମେ କାରଣ ପଚାରିଲୁ, ସେ କହିଥିଲେ ଯେ ଜଣେ ବିଜେପି ବିଧାୟକ ସେଠାରେ କାମ କରିବାକୁ ଚାହୁଁନଥିବା ଲୋକଙ୍କ ତାଲିକା ଦେଇଛନ୍ତି।  ଆମେ ତୁରନ୍ତ ଛାଡି ନାହୁଁ । ଏହାର କିଛି ସମୟ ପରେ ଆମେ ତେଜସ୍ୱୀ ସୂର୍ୟ୍ୟା ତାଲିକା ପଢୁଥିବାର ଶୁଣିଲୁ। ଆମେ ବହୁତ ଡରି ଘରକୁ ଗଲୁ, ପରଦିନ ଆମକୁ କୁହାଗଲା ଯେ ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା।

 ଏଥି ସହିତ, ଏହି ମାମଲା ସହ ଜଡିତ ୨୫ ବର୍ଷିୟ H କୁହନ୍ତି, ଦରମା ମାତ୍ର ୧୩୫୦୦ ଟଙ୍କା ଥିଲା, କିନ୍ତୁ ମୁଁ ଭାବିଲି ଏହା ଠିକ ଅଛି, ମୁଁ ଲୋକଙ୍କୁ ସାହାଯ୍ୟ କରିପାରିବି। ସେହି ଦିନର ଘଟଣା ପରେ ସେ ମୋତେ ୨୯୦୦ ଟଙ୍କା ଦେଇ ସେଠାରୁ ଚାଲିଯିବାକୁ କହିଥିଲେ। ମୁଁ ଏକ ନୂଆ ଚାକିରି ପାଇଁ ଚେଷ୍ଟା କରୁଛି କିନ୍ତୁ ପାଇଲି ନାହିଁ । ଆମେ କେବଳ ମୁସଲମାନ ହୋଇଥିବାରୁ ଆମକୁ ଟାର୍ଗେଟ କରାଯାଇଥିଲା।

 ୧୬ ଜଣଙ୍କ ମଧ୍ୟରେ ୨୨ ବର୍ଷ ବୟସ୍କ K ମଧ୍ୟ ଚାକିରି ଖୋଜୁଛନ୍ତି । ସେ କୁହନ୍ତି, ଆତଙ୍କବାଦୀ ଟ୍ୟାଗ୍ ମୋ ନାଁରେ ଲାଗିଛି।  ଯଦି ମୁଁ କହିବି ଯେ ମୁଁ ବିବିଏମ୍ପି ୱାର ରୁମ୍ ରେ ଥିଲି, ତେବେ ମୋତେ କେହି ଚାକିରି ଦେବେ ନାହିଁ ।

Related Posts