ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା, ନିଜ ଗାଲରେ ଚାପୁଡ଼ା ମରିବା ତାହା: ବିଜେଡି ବିଧାୟକ ଭାଗୀରଥୀ ସେଠୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶାସକ ଦଳର ବିଧାୟକ ଭାଗୀରଥୀ ସେଠୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବିଧାନସଭାରେ ଶାସକ ଦଳର ବିଧାୟକ ଭାଗିରଥି ସେଠୀ ସ୍ୱାସ୍ଥ୍ୟ ବିଭାଗର ନିଚ୍ଛକ ଚିତ୍ର ପଦାରେ ପକାଇଛନ୍ତି। ସେ କହିଛନ୍ତି, ଆନନ୍ଦପୁର ଉପଖଣ୍ଡ ମେଡିକାଲ୍ର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି କି ଫାର୍ମାସିଷ୍ଟ ନାହାଁନ୍ତି। ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି। ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସଜଡ଼ା ଯାଉ।

ଆବଶ୍ୟକୀୟ ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ। ମାତ୍ର ଏ ନେଇ ସରକାରୀ ଅଧିକାରୀଙ୍କୁ କହିଲେ ସେମାନେ ଶୁଣୁ ନାହାନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମରିବା ତାହା ବୋଲି ଭାଗୀରଥୀ ସେଠୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts