ଅସ୍ଥାୟୀ କର୍ମଚାରୀଙ୍କ ବଦଳରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେଇହେବ: ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅସ୍ଥାୟୀ କର୍ମଚାରୀଙ୍କ ବଦଳରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେଇହେବ । ତେବେ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାକୟ ଦେଇଛନ୍ତି । ଏହା ସହ ରାୟରେ ହାଇକୋର୍ଟ କହିଛନ୍ତି ଯେ ଅସ୍ଥାୟୀ ଭାବେ ନିଯୁକ୍ତ ଜଣେ କର୍ମଚାରୀଙ୍କ ବଦଳରେ କେବେ ବି ଆଉ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବନି ବୋଲି କିଛି ନୀତି ରହିପାରିବ ନାହିଁ। ଜଣେ ଅସ୍ଥାୟୀ କର୍ମଚାରୀ ଯଦି ଚାକିରି କ୍ଷେତ୍ରରେ ଅଯୋଗ୍ୟ ବୋଲି ଜଣାପଡ଼େ, ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇପାରିବ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବା ସହିତ ଅତିଥି ଅଧ୍ୟାପକଙ୍କୁ କାର‌୍ୟ୍ୟରୁ ଅନ୍ତର ନିର୍ଦ୍ଦେଶକୁ ବିରୋଧ କରି ଦାୟର ଆବେଦନକୁ ଖାରଜ କରିଛନ୍ତି।

ଏଥିସହିତ ହାଇକୋର୍ଟ କହିଛନ୍ତି, ଅତିଥି ଅଧ୍ୟାପକ ପଦରେ ନିଯୁକ୍ତି ଚୁକ୍ତିଭିତ୍ତିକ ହୋଇଥିବାବେଳେ ଏହି ପଦବିରେ କାର‌୍ୟ୍ୟ ଜାରି ରଖିବା ଏକ ଅଧିକାର ନୁହେଁ। ସେପଟେ ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ପାଇ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ କାର‌୍ୟ୍ୟ କରୁଥିବାବେଳେ ତାଙ୍କୁ କାର‌୍ୟ୍ୟରୁ ଅନ୍ତର କରାଯାଇଥିଲା। ଏଥିସହିତ ବିଶ୍ବବିଦ୍ୟାଳୟ କୁଳିସଚିବଙ୍କ ତରଫରୁ ଅତିଥି ଅଧ୍ୟାପକ ପଦରେ ନିଯୁକ୍ତି ପାଇଁ ଗତ ଏପ୍ରିଲ ୩୦ରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଭଳି ବିଜ୍ଞପ୍ତିକୁ ବିରୋଧ କରି ଆବେଦନକାରୀ ଏସ.ପାଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Related Posts