ପ୍ରଫେସନାଲ ଟେନିସ୍ କ୍ୟାରିୟରରୁ ଅବସର ଘୋଷଣା କଲେ ଟେନିସ୍ ତାରକା ସାନିଆ ମିର୍ଜା

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ପ୍ରଫେସନାଲ ଟେନିସ୍ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଶରୀରରେ ଆଘାତ ଲାଗିବା ପରେ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି। ସାନିଆ କହିଛନ୍ତି ଯେ, ସେ ଆସନ୍ତା ଫେବୃୟାରୀ ମାସରେ ଦୁବାଇ ଟେନିସ୍ ଚାମ୍ପିଅନସିପରେ ଶେଷ ଥର ପାଇଁ ଖେଳିବେ, ଯାହା ଚଳିତବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ହେବ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ।

ତେବେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ଛାଡପତ୍ର ଖବର ଭିତରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏକ ବଡ଼ ଘୋଷଣା କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ନିରାଶ କରିଛି। ବାସ୍ତବରେ ସାନିଆ ତାଙ୍କ ପ୍ରଫେସନାଲ ଟେନିସ୍ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଶରୀରରେ ଆଘାତ ଲାଗିଥିବାରୁ ସାନିଆ ଏହି ନିଷ୍ପତ୍ତି ନେଇଛନ୍ତି। ସାନିଆ କହିଛନ୍ତି, ସେ ଆସନ୍ତା ମସରେ ଦୁବାଇରେ ଟେନିସ୍ ଚାମ୍ପିଅନସିପରେ ଖେଳିବେ । ଏହି ଚାମ୍ପିଅନସିପ୍ ସାନିଆଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ଏହି ଚାମ୍ପିଅନସିପ୍ ୧୯ ଫେବୃଆରୀରୁ ଆରମ୍ଭ ହେବ। ଏହା ଏକ ବିଶ୍ୱ ଟେନିସ୍ ଆସୋସିଏସନର ୧୦୦୦ତମ ଇଭେଣ୍ଟ ହେବ। ତେବେ ନ୍ୟୁଜ୍ ଏଜେନ୍ସି IANS ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟରେ ସାନିଆ ନିଜ ଫ୍ୟାନ୍ସଙ୍କୁ ଶେଷ ଥର ପାଇଁ ଖେଳୁଥିବାର ନଜର ଆସିବେ।

ସୂଚନାଯୋଗ୍ୟ ଯେ, ୩୬ ବର୍ଷୀୟ ସାନିଆ ମିର୍ଜା ମଧ୍ୟ ଡବଲ୍ସରେ ବିଶ୍ୱରେ ନମ୍ବର-୧ ରହିସାରିଛନ୍ତି । କୁହାଯାଉଛି ଯେ, ଗତବର୍ଷ ସାନିଆ ଘୋଷଣା କରିଥିଲେ ଯେ, ସେ ୨୦୨୨ର ଶେଷରେ ଅବସର ନେବେ । ତେବେ ଶରୀରରେ ଆଘାତ ଲାଗିଥିବାରୁ ସେ ୟୁଏସ୍ ଓପନ୍ ଖେଳି ପାରିନଥିଲେ। ଏଭଳି ପରିସ୍ଥିତିରେ ସାନିଆ ମିର୍ଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟନ ଓପନ୍ ଖେଳିବେ। ଏହାପରେ ସେ ୟୁଏଇରେ ଚାମ୍ପିଅନସିପ୍ ଖେଳିବା ପରେ ଟେନିସ୍ ଜଗତକୁ ବାଏ ବାଏ କରିବେ ବୋଲି ଜଣାପଡିଛି।

Related Posts