ପଞ୍ଜାବ ବଥିଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ: ହୁହୁ ହୋଇ ଜଳିଲା ବସ ଷ୍ଟାଣ୍ଡ

ପଞ୍ଜାବ :ପଞ୍ଜାବ ବଥିଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ ଗୁଡିକ ହୁ ହୁ ହୋଇ ଜଳିଛି | ଫଳରେ ନିଆଁ ଏତେ ଭୟଙ୍କର ଥିଲା ଯେ ଲିଭାଇବାକୁ ନାକେଦମ ହୋଇପଡ଼ିଥିଲା ଦମକଳ ବାହିନୀ । ଗୁରୁବାର ରାତିରେ ବଥିଣ୍ଡା ବସ ଷ୍ଟାଣ୍ଡରେ ଏପରି ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ଗୁରୁବାର ରାତିରେ ବସ ଷ୍ଟାଣ୍ଡରେ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ଏକାଧିକ ବସ ଜଳି ଯାଇଥିବା ଅନୁମାନ କରାଯାଉଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏବେସୁଦ୍ଧ ଅସ୍ପଷ୍ଟ ରହିଛି ।

ସୂଚନାଅନୁସାରେ ବଥିଣ୍ଡା ଜିଲ୍ଲାର ଭଗତ ଭାଇ କା ବସଷ୍ଟାଣ୍ଡରେ ନିଆଁ ଲାଗିଥିବା ବେଳେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଅନୁସାରେ ଅଗ୍ନିକାଣ୍ଡ ଘଟିଥିବା ୩ଗୋଟି ବସ ମଧ୍ୟରୁ ଦୁଇଟି ବସ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଗତକାଲି ପ୍ରଥମ ଥର ପାଇଁ ଯାତାୟତ କରିବାର ଥିଲା |

ଏହାପୂର୍ବରୁ ଗତ ୨୦ ତାରିଖରେ ଲୁଧିଆନାର ଏକ ବସ୍ତିରେ ନିଆଁ ଲାଗିଯାଇଥିଲା ।ଏଥିରେ ୫ ଶିଶୁଙ୍କ ସମେତ ୭ ଜଣ ଜିଅନ୍ତା ଜଳି ଯାଇଥିଲେ । ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିବା କାରଣରୁ ଏହି ଅଘଟଣ ଘଟିଥିଲା । ମୃତକମାନେ ସମସ୍ତେ ବିହାରର ବୋଲି ଜଣାପଡିଥିଲା |

Related Posts