ଆତଙ୍କବାଦ ଓ ମନି ଲଣ୍ଡରିଂ କ୍ରିପ୍ଟୋ କରେନ୍ସି ପାଇଁ ବିପଦ: ନିର୍ମଳା ସୀତାରମଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତଙ୍କବାଦ ଓ ମନି ଲଣ୍ଡରିଂ କ୍ରିପ୍ଟୋ କରେନ୍ସି ପାଇଁ ବିପଦ । ପୂର୍ବରୁ ମଧ୍ୟ ଏପରି ଘଟଣାର ନଜିର ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆଇଏମଏଫର ଏକ କାର୍ୟ୍ୟକ୍ରମ ବେଳେ ସୀତାରମଣ କ୍ରିପ୍ଟୋର ବ୍ୟବହାରକୁ ନେଇ ନିଜର ମତ ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, କ୍ରିପ୍ଟୋ କରେନ୍ସି ଦୁନିଆର ସବୁ ଦେଶ ପାଇଁ ବଡ ବିପଦ। ମନି ଲଣ୍ଡରିଂ ସହିତ ଏହାର ବ୍ୟବହାର ଆତଙ୍କବାଦୀ ଗତିବିଧି ପାଇଁ ହୋଇପାରେ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହାର ନିୟନ୍ତ୍ରଣ କରାଯାଇପାରିବ । ଏହା ହିଁ ସମସ୍ୟାର ସମାଧାନ ହେବ । ସବୁ ଦେଶ ମିଳିମିଶି ଏନେଇ କାର୍ୟ୍ୟପନ୍ଥା ଅବଲମ୍ବନ କରିବାକୁ ପଡିବ । ସେ ଆହୁରି କହିଛନ୍ତି ଯେ, ଆମେ ଏଭଳି ଏକ ସମୟରେ ଅଛୁ ଯେଉଁଠାରେ ସବୁକିଛି ଦ୍ରୁତ ଗତିରେ ବଦଳୁଛି। ଡିଜିଟାଲ୍ ଟଙ୍କା ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି।

ଗତ ଦଶନ୍ଧି ମଧ୍ୟରେ ଭାରତ ସରକାର ଡିଜିଟାଲ ଇନଫାଷ୍ଟ୍ରକଚର ଫ୍ରେମୱାର୍କ ନିର୍ମାଣରେ ବହୁ ସମୟ ଅତିବାହିତ କରିଛନ୍ତି। ଡାଟା ସୁରକ୍ଷା ଏବଂ ଡାଟା ଗୋପନୀୟତା ଉପରେ ଅନେକ କାର୍ୟ୍ୟ ହୋଇଛି । ସରକାର ଇଣ୍ଡିଆଷ୍ଟେକ୍ ମଧ୍ୟ ଗଠନ କରିଛନ୍ତି। ଆରବିଆଇ ମଧ୍ୟ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବାକୁ ଯାଉଛି। ଏହା ଚଳିତ ବର୍ଷ ଆରମ୍ଭ ହେବାନେଇ ଆଶା ଥିବା ସେ କହିଛନ୍ତି। ତେବେ ଆରବିଆଇ ଦୁଇଟି କ୍ରିପ୍ଟୋ କରେନ୍ସିର ବ୍ୟବହାର ସପକ୍ଷରେ ନାହିଁ। କ୍ରିପ୍ଟୋର ନିୟନ୍ତ୍ରଣ ପାଇଁ ସରକାର ବ୍ୟାପକ ନିୟମ ତିଆରି କରୁଥିବା ସେ ପ୍ରକାଶ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts