ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ; ଉଭୟ ପକ୍ଷରୁ ଗୁଳିବିନିମୟ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, କରେରୀ ଅଞ୍ଚଳର ବନିଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା । ଯାହାପରେ ସୁରକ୍ଷାକର୍ମୀ ଅଞ୍ଚଳରେ ଘେରାବନ୍ଦୀ କରି କମ୍ବିଂ ଅପରେସନ କରିଥିଲେ ।କମ୍ବିଂ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ଏହି ଘଟଣାରେ ମୃତାହାତ ନେଇ କୌଣସି ଖବର ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ବୁଧବାର ସକାଳେ ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ ଖବର ଆସିଥିଲା । କୁଲଗାମ ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେହିପରି ଜୁଲାଇ ୨୭ ତାରିଖ ସକାଳେ ୟାରିପୁରାରେ ପୋଲିସ ଓ ଆତଙ୍କବାଦୀ ସାମ୍ନାସାମ୍ନି ହୋଇଥିଲେ । ଦୁଇରୁ ତିନି ଆତଙ୍କବାଦୀ ଲୁତି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିଥିଲେ । ଯାହାପରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ।

Related Posts