ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। କର୍କଟ ସହ ଜୁଝୁଥିବା ରବିଶ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ୨୦୨୦ରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ପ୍ରତିଷ୍ଟିତ ଗଣମାଧ୍ୟମ ସଂସ୍ଥା ତଥା ଇଣ୍ଡିଆ ଟୁଡେ, ଇକୋନମିକ ଟାମସ୍ର ଦକ୍ଷତାର ସହ କାର୍ୟ୍ୟ କରି ରାଷ୍ଟ୍ରୀୟସ୍ତରରେ ବେଶ ନାମ କମାଇ ପାରିଥିଲେ ରବିଶ। ପଲଟିକାଲ ରିପୋର୍ଟର ଏବଂ ଏଡିଟର ଭାବେ ସଫଳତାର ସହ କାର୍ୟ୍ୟ କରିଥିବା ରବିଶ ତିୱାରୀ ଇଣ୍ଡିଆନ୍ ଏକ୍ସପ୍ରେସରେ ନ୍ୟାଶନାଲ ବ୍ୟୋରର ମୁଖ୍ୟ ଭାବେ କାର୍ୟ୍ୟ କରି ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରି ଥିଲେ। ଆଇଆଇଟି ବମ୍ବେରୁ ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ରବିଶ ଅକ୍ସଫୋର୍ଡ଼ ୟୁନିଭର୍ସଟି ମଧ୍ୟ କମ୍ପାଏରଟିଭ୍ ସୋସିଆଲ ସାଇନ୍ସ ବିଷୟରେ ଅଧ୍ୟୟନ କରିଛନ୍ତି।

ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ସମ୍ମାନଜନକ ପୁରସ୍କାର ‘ରୋହଦେଶ ସ୍କଲାରର୍ସିପ’ରେ ସମ୍ମାନିତ ହୋଇଛନ୍ତି। ଜଣେ ପୋଖତ ରାଜନୈତିକ ସମୀକ୍ଷକ ଓ ସମାଜର ଉନ୍ନତି ପ୍ରସଙ୍ଗକୁ ନେଇ ତାଙ୍କ ଲେଖନୀରେ ଗଭୀର ନିର୍ୟାସ ରହିଥାଏ। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଜୟରାମ ରମେଶ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ , ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରବି ଶଙ୍କର ପ୍ରସାଦ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Related Posts