ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଖି ବୁଜିଲେ ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଏନେଇ ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି।

ଶିବାଜୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱର ଲୋକସଭା ଆସନରୁ ୩ଥର ନିର୍ବାଚିତ ହୋଇଥିଲେ। ୧୯୭୭ରୁ ୧୯୮୦ ଓ ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ଭାବେ କାମ କରିଥିଲେ। ଓଡ଼ିଶାରେ ସିପିଆଇ(ଏମ)ର ପ୍ରତିଷ୍ଠାତା ଭାବେ ଶିବାଜୀ ପଟ୍ଟନାୟକ ବେଶ ଖ୍ୟାତି ଅର୍ଜନ କରିଥିଲେ। ୧୯୩୦ ମସିହା ଅଗଷ୍ଟ ୧୩ରେ ଜନ୍ମ ଗ୍ରହଣ କରିଥିବା ଶିବାଜୀ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜରୁରିକାଳୀ ସ୍ଥିତି ସମୟରେ ସେ ଅନେକ ବର୍ଷ ଜେଲରେ ବନ୍ଦୀ ଜୀବନ କଟାଇଥିଲେ। ଶିବାଜୀ ପଟ୍ଟନାୟକ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଦାବି ପାଇଁ ହେଉଥିବା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଭାବେ ମଧ୍ୟ ବେଶ ଜଣାଶୁଣା ।

Related Posts