ଆଜିଠୁ ଆରମ୍ଭ ହେଉଛି +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ର ଛାତ୍ରୀ



ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ନାମଲେଖା ପାଇଁ  ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ SAMS ପୋର୍ଟାଲରେ ନିଜ ଦକ୍ଷତା ଅନୁସାରେ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରି ପାରିବେ। SAMS ର ୱେବ୍ ସାଇଟ୍ www.samsodisha.gov.in ରେ ଅଗଷ୍ଟ ୧୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ରମାନେ ଅଗଷ୍ଟ ୧୯ରୁ ୨୫ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ। ସେପ୍ଟେମ୍ବର ୨ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସେହିପରି ଅଗଷ୍ଟ ୫ରୁ ୭ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ। ତେବେ ସିଟ୍‌ ଖାଲି ରହିଲେ, ୧୩ ତାରିଖରେ ସ୍ପଟ୍‌ ସିଲେକ୍ସନ ବିଜ୍ଞପ୍ତି ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୧୩ ଓ ୧୪ ତାରିଖ ରେ ସ୍ପଟ୍‌ ନାମଲେଖା ପାଇଁ ଉକ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଞ୍ଜୀକରଣ କରିବେ। ସେପ୍ଟେମ୍ୱର ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ଚୂଡ଼ାନ୍ତ ସ୍ପଟ୍‌ ତାଲିକା ପ୍ରକାଶ ପାଇବ। ଏହାପରେ ୧୫ ଓ ୧୬ ତାରିଖରେ ସ୍ପଟ୍‌ ନାମଲେଖା ହେବ।

Related Posts