ସୁର ସାମ୍ରାଜ୍ଞୀ କୋକିଳା ଲତା ମଙ୍ଗେଶକରଙ୍କ ସ୍ୱପ୍ନର ପ୍ରୋଜେକ୍ଟ: ତାଙ୍କ ନାଁରେ ଖୋଲିବ ବୃଦ୍ଧାଶ୍ରମ

ମୁମ୍ବାଇ: ଚଳିତ ବର୍ଷ ଆମ ସମସ୍ତଙ୍କୁ ଅଲବିଦା କହି ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ବଲିଉଡର ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତେବେ ସେ ଚାଲିଯାଇଛନ୍ତି କିନ୍ତୁ ଏବେ ବି ତାଙ୍କ ସ୍ବର ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ଯେତେବେଳେ ଲତା ଦିଦି ଜୀବିତ ଥିଲେ, ସେ ସଙ୍ଗୀତ ଶିଳ୍ପ ହେଉ ବା ଦେଶର ପ୍ରତ୍ୟେକ ବିପଦରେ ସାହାଯ୍ୟ କରିବା ପାଇଁ ଅନେକ ଥର ଆଗକୁ ଆସି ଥାଆନ୍ତି। ହେଲେ ବର୍ତ୍ତମାନ ସେ ନାହାଁନ୍ତି ସହ ତଥାପି ସେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଲତା ମଙ୍ଗେଶସକରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟ ମାଧ୍ୟମରେ କୁହାଯାଇଥିଲା ଯେ ଲତା ମଙ୍ଗେଶକରଙ୍କ ଏକ ବଡ ସ୍ୱପ୍ନ ପୂରଣ ହେବାକୁ ଯାଉଛି।

ବାସ୍ତବରେ ଏହି ପୋଷ୍ଟରେ ଲତା ଦିଦିଙ୍କର ଫଟୋ ସେୟାର କରାଯାଇ ଲେଖା ହୋଇଛ, ‘ସୁର ସୁର ସାମ୍ରାଜ୍ଞୀ କୋକିଳା ଲତା ମଙ୍ଗେଶକରଙ୍କ ସ୍ୱପ୍ନର ପ୍ରୋଜେକ୍ଟ। ଏହା ଏକ ବୃଦ୍ଧାଶ୍ରମ, ବିଶେଷକରି ଯେଉଁମାନେ ସଙ୍ଗୀତ କିମ୍ବା କଳା, ସିନେମା ଏବଂ ଥିଏଟରରେ ଅଛନ୍ତି । ଏହା ସେମାନଙ୍କ ପାଇଁ । ‘ଏହି ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସେହି କଳାକାରମାନଙ୍କୁ ଘର ଦେବା, ଯେଉଁମାନେ ସେମାନଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱର ମୌଲି ଫାଉଣ୍ଡେସନ୍‌ ତରଫରୁ ଧର୍ମନିରପେକ୍ଷ ଏବଂ ଅଣ-ଲାଭକାରୀ ସଂଗଠନ ଅଟେ।

ଏହି ପୋଷ୍ଟ ଦେଖିବା ମାତ୍ରେ ପ୍ରଶଂସକମାନେ ଲତା ମଙ୍ଗେସକରଙ୍କୁ ଏବଂ ତାଙ୍କ ଥିବା ବଡ ହୃଦୟକୁ ପ୍ରଶଂସା କରୁଛନ୍ତି । ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି ‘ତୁମେ ଚାଲିଯିବା ପରେ ମଧ୍ୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ତୁମର ସେବା ଜାରି ରହିଛି ।

Related Posts