ଆଠମଲ୍ଲିକ : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚୟତର ନିପିଲଇ ରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ନାଳରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇବା ପରେ ପୋଲିସ ମୃତ ଦେହ ଉଦ୍ଧାର କରିଛି ।

ସୂଚନା ମୁତାବକ ନିପିଲଇ ଗାଁର କିଛି ପିଲା ନାଳକୁ ଯାଉଥିବା ସମୟରେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିଥିଲେ । ପିଲାଏ ଗାଁ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ପରେ ଆଠମଲ୍ଲିକ ପୋଲିସ ପହଞ୍ଚି ଏ ବିଷୟରେ ତଦନ୍ତ ଚଳାଇଛି ।

ଆଠମଲ୍ଲିକ NACର ଏଗାର ନମ୍ବର ୱାର୍ଡର ଏକ ପରିବାରକୁ ଘଟଣାସ୍ଥାନକୁ ଡକାଇଛି ପୋଲିସ୍‌ । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲାର ଜଣେ ଯୁବତୀ ଆଠମଲ୍ଲିକର କମାର ସାହିରେଥିଲେ । ମୃତ ଶିଶୁକନ୍ୟାଟି ତାଙ୍କର ବୋଲି ପୋଲିସ ସୂଚନା ପାଇ ତାଙ୍କ ପରିବାରକୁ ତଦନ୍ତ ପରିସରକୁ ଆଣିଛି। ତେବେ ଶିଶୁକନ୍ୟାଟି କାହାର ଓ କେମିତି ମୃତ୍ୟୁ ହେଲା ସେ ନେଇ ତଦନ୍ତ ପରେ ଜଣାପଡ଼ିବ ।