ଭୁବନେଶ୍ୱର : ପ୍ରଶାନ୍ତି ଏକ୍ସପ୍ରେସରୁ ମୃତ ଦେହ ଉଦ୍ଧାର । ଏକ୍ସପ୍ରେସର ଶୌଚାଳୟ ଭିତରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଏକ୍ସପ୍ରେସ୍ର ୭ ନମ୍ୱର କୋଚ୍ ଶୌଚାଳୟରେ ମୃତ ଦେହ ପଡ଼ିରହିଥିଲା।
ଶୌଚାଳୟର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଛି। ଇଚ୍ଛାପୁରମ୍ରୁ ଶୌଚାଳୟର କବାଟ ବନ୍ଦ ରହିଥିଲା। ଯାତ୍ରୀଙ୍କ ଅଭିଯୋଗରେ ଖୋର୍ଦ୍ଦା ରୋଡ୍ ଷ୍ଟେସନ୍ରେ ଶୌଚଳୟର କବାଟ ଭଙ୍ଗାଯାଇଥିଲା।
ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଆରପିଏଫ ଜିଆରପି ଓ ରେଳ ଅଧିକାରୀ ଉପସ୍ଥିତ ଅଛନ୍ତି। ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ନେଇ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ପ୍ରଶାନ୍ତି ଏକ୍ସପ୍ରେସ୍ ବେଙ୍ଗାଲୁରରୁ ଭୁବନେଶ୍ୱର ଆସୁଥିଲା ।
