ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ବିଧାନସଭା ବଜେଟ ଅଧିବେଶନ

ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ । ଏନେଇ ପ୍ରକାଶ ପାଇଛି ତାରିଖ | ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ବସିବ ବିଧାନସଭାର ବଜେଟ ଅଧିବେଶନ | ଏଥିର ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିବସ ରହିଛି ।

ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏଁ ଚାଲିବ | ମାର୍ଚ୍ଚ ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ମାର୍ଚ୍ଚ ୩୦ରେ ଆଗତ ହେବ ରାଜ୍ୟ ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ । ତେବେ ମାର୍ଚ୍ଚ ୨୭ ରବିବାର ପଡୁଥିବାରୁ ଏହି ଦିନ ବିଧାନସଭାର ବଜେଟ ଅଧିବେଶନ ଚାଲିବ ନାହିଁ । ତେବେ ଚଳିତଥର ଆସିବାକୁ ଥିବା ବଜେଟରେ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ଓ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଗୃହ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ।

Related Posts