ଭୁବନେଶ୍ୱର : ଭୁବନେଶ୍ୱର ନାରାୟଣବସ୍ତି ର ଲେଡି ଡନ୍ ତଥା ଡ୍ରଗ୍ସ ମାଫିଆ ରଞ୍ଜୁର ଘର ଉପରେ ଚାଲିଲା ବୁଲ୍ଡୋଜର । ରଞ୍ଜୁର ଘରକୁ ଭାଙ୍ଗିଛି ପୋଲିସ ।
ଖବର ଅନୁଯାୟୀ, ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ରଞ୍ଜୁ । ସେ ଓ ତାର ସହଯୋଗୀ ମିଶି ଚନ୍ଦୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଭଉଣୀ କହିଥିଲେ । ପରେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ରଞ୍ଜୁ ଓ କାହ୍ନକୁ ଗିରଫ କରିଥିଲେ । ଗିରଫ ସମୟରେ ରଞ୍ଜୁ ନିକଟରୁ ବିପୁଳ ପରିମାଣର ବ୍ରାଉନ୍ସୁଗାର ସହ ନଗଦ ଟଙ୍କା ଜବତ ହୋଇଥିଲା । ଆଉ ଏବେ କମିଶନରେଟ୍ ପୋଲିସ ଲେଡ୍ ଡନ୍ର ଘର ଚଳାଇଛି ବୁଲ୍ଡୋଜର । ଭୁବନେଶ୍ୱର ନାରାୟଣବସ୍ତିରେ ଥିବା ଲେଡି ଡନ୍ ରଞ୍ଜୁର ଘର ଭାଙ୍ଗିଛି ପୋଲିସ ।
ସେହିପରି ଭୁବନେଶ୍ୱରରେ ଥିବା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ସେମାନଙ୍କ ଘର ସବୁ ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିବ କମିଶନରେଟ ପୋଲିସ ।
