କଟକ : ଧାରଣା ଦେବ ବସ ମାଲିକ ସଙ୍ଘ। ଆସନ୍ତା ଡିସେମ୍ବର ୧ ତାରିଖରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ । ବିଭିନ୍ନ ଦାବି ନେଇ ସଂଘ୍ ପକ୍ଷରୁ ଧାରଣା ଦିଆଯିବ।

ସଂଘର ପ୍ରମୁଖ ଦାବି ହେଲା, ସ୍ଲିପର ବସ କୁ ଦିନବେଳା ଚଳାଚଳ ପାଇଁ ଅନୁମତି, ମଙ୍ଗୁଳି ଠାରୁ ସମ୍ବଲପୁର ରାସ୍ତା ମରାମତି, ବସ୍‌ର ପରିମିଟ୍‌ ଗୁଡିକ ତୃତୀୟ ପକ୍ଷକୁ ହସ୍ତାନ୍ତର ଭଳି ୮ ଦଫା ଦାବି ନେଇ ଏହି ଧାରଣା ଦିଆଯିବ। ୨୦୨୨ ମାର୍ଚ୍ଚ ୩୦ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦାବି ପୂରଣ ପାଇଁ ନିଷ୍ପତି ନିଆଯାଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇନଥିବାରୁ ବସ ମାଲିକ ସଂଘ କଟକରେ ଥିବା ପରିବହନ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ନିଷ୍ପତି ନେଇଛି ବୋଲି ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।