ମରୁଡି ପ୍ରବଣ ଅଞ୍ଚଳ ପାଇଁ ୨ଶହ କୋଟିର ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଷୀଙ୍କ ପାଇଁ ଇନ୍‌ପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି ସହାୟତା ପାଇଁ ରାଜ୍ୟ ରାଜକୋଷରୁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାନୁଯାୟୀ, ମରୁଡି ଯୋଗୁଁ ରାଜ୍ୟର ୬୪ଟି ବ୍ଲକରେ ପ୍ରାୟ ୨୬୩୫୬ ହେକ୍ଟର ଫସଲ ନଷ୍ଟ ହୋଇଛି।ରାଜ୍ୟ ସରକାରଙ୍କ କ୍ରମାଗତ ଅନୁସନ୍ଧାନ ସତ୍ତ୍ୱେ ଅନେକ ପ୍ରଭାବିତ କୃଷକ ଏପର୍ଯ୍ୟନ୍ତ ସେମାନଙ୍କର ଫସଲ ବୀମା ଦେୟ ପାଇନାହାଁନ୍ତି। ଏଭଳି ସ୍ଥିତିରେ ପ୍ରଭାବିତ ଚାଷୀଙ୍କ ଦାବି ଏବଂ ଫସଲ କ୍ଷୟକ୍ଷତି ରିପୋର୍ଟକୁ ବିଚାର କରି ରାଜ୍ୟ ରାଜକୋଷରୁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅନ୍ୟପଟେ ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, କୃଷକଙ୍କ ଟଙ୍କା ଯଥାଶୀଘ୍ର ହସ୍ତାନ୍ତର ପାଇଁ କେନ୍ଦ୍ର ପ୍ରତିଶୃତିବଦ୍ଧ । କେନ୍ଦ୍ର ବିଶେଷଜ୍ଞ ପରାମର୍ଶ ସମିତି ଦ୍ୱାରା ଏନେଇ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତ ସଂପର୍କରେ ବୀମା କମ୍ପାନୀ ଓ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ତେଣୁ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ଟଙ୍କା ଦିଆଯାଉ ବୋଲି କହିଛନ୍ତି ।

Related Posts