ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶୁଦ୍ଧକଣ୍ଠି କମଳ ଲୋଚନ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ l ବିଦ୍ୟାଳୟ ପରିସରରେ ଛାତ୍ରଙ୍କର ମୃତ୍ୟୁ ଦେହ ଉଦ୍ଧାର ହୋଇଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଘୋଡାନ୍ସ ଗାଁର ସୁଜିତ ନାୟକଙ୍କ ପୁଅ ଶ୍ରୀତମ ନାୟକ ଟିଉସନ ହେବା ପାଇଁ କମଳ ଲୋଚନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ନିକଟକୁ ଆସିଥିଲେ । ଠିକ୍‌ ଏହି ସମୟରେ ସ୍କୁଲ ମଧ୍ୟରେ ଥିବା ଏକ ପୋଖରୀକୁ ନିଜର ତିନି ସାଙ୍ଗଙ୍କ ସହିତ ଯାଇଥିବା ସମୟରେ ହଟାଠ୍ ଶ୍ରୀତମ ପାଣିରେ ବୁଡି ଯାଇଥିଲେ l ଯାହାକୁ ଦେଖି ସାଙ୍ଗ ମାନେ ପାଟି କରିବା ସହିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଏପିରିକି ସ୍କୁଲ ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ପିଲାମାନଙ୍କ ପାଟି ଶୁଣି ସେଠାକୁ ଆସି ଶ୍ରୀତମକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାଣିରୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l

ଯାହାଫଳରେ ନାଉଗାଁ ମେଡିକାଲ ଓ ଉକ୍ତ ବିଦ୍ୟାଳୟ ପରିସରରେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା l ଘଟଣାସ୍ଥଳରେ ନାଉଗାଁ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଂଚି ଶବକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି l