
ଚିଲିକା: ଚିଲିକାରେ ବଡ଼ ଧରଣର ଦୁର୍ଘଟଣ ଅଳ୍ପକେ କଟି ଯାଇଛି । ୨ଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛନ୍ତି ସତ କିନ୍ତୁ ଏହି ଦୁର୍ଘଟଣା ରେ କାହାର କିଛି ଖୟକ୍ଷତି ହୋଇନାହିଁ । ପୁରୀ ଜିଲ୍ଲାର ସାତପଡ଼ା-ଜହ୍ନିକୁଦା ମଧ୍ୟରେ ଜଳ ପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ ଯାତ୍ରୀ ।
କିଛି ଆହତଙ୍କୁ ନୂଆପଡା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୋଟିଏ ଯାତ୍ରୀବାହୀ ଡଙ୍ଗା ସାତପଡ଼ା ଘାଟରୁ ଜହ୍ନିକୁଦା ଯାଉଥିଲା, ଅନ୍ୟଟି ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପ୍ରତି ଡଙ୍ଗାରେ ୩୦ ଊର୍ଦ୍ଧ୍ଵ ଲେଖାଏଁ ଯାତ୍ରୀ ସହିତ ବାଇକ ଥିଲା । ତେବେ ଅସାବଧାନତା ଯୋଗୁଁ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଥିଲା । କେହି ମୃତାହତ ହୋଇ ନଥିବା ବେଳେ ୪ରୁ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ୫ଟି ବାଇକକୁ କ୍ଷତି ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଆହତଙ୍କୁ ଚିଲିକା ନୂଆପଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ସୁରକ୍ଷିତ ଥିବା ଖବର ମିଳିଛି ।