ପ୍ରସିଦ୍ଧ ରାପର କୁଲିଓଙ୍କର ପରଲୋକ

ମୁମ୍ଵାଇ : ଆରପାରିରେ ପ୍ରସିଦ୍ଧ ରାପର କୁଲିଓ । ୫୯ ବର୍ଷ ବୟସରେ ଲସ୍ ଆଞ୍ଜେଲସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଗୀତ ଦେବା ସହ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ୍’ ରେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ତାଙ୍କ ମ୍ୟାନେଜର ତଥା ବନ୍ଧୁ ଜାରେଜ ପୋସି ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଏକ ୱେବସାଇଟକୁ ସୂଚନା ଦେଇ ସେ କହିଛନ୍ତି ଯେ ସେପ୍ଟେମ୍ବର ୨୮ରେ କୁଲିଆ ଏକ ବନ୍ଧୁଙ୍କ ଘରର ବାଥରୁମରେ ଚେତାଶୂନ୍ୟ ହୋଇ ପଡିଥିଲେ।

କହିବାକୁ ଗଲେ ଯେ କୁଲିଓ ୮୦ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘ ୧୫ ବର୍ଷ ଅପେକ୍ଷା କରିବା ପରେ୧୯୯୫ ମସିହାରେ ଗାଗଷ୍ଟା ପାରାଡାଇଜ୍ ସହିତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସାଉଣ୍ଡଟ୍ରାକ୍ ହେତୁ ତାଙ୍କୁ ଗ୍ରାମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସେ ତାଙ୍କ ଗୀତ କ୍ୟାରିୟରରେ ଅନେକ ସ୍ମରଣୀୟ ଗୀତ ଦେଇଛନ୍ତି। ରାପର୍ ହେବା ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜର ଚେଷ୍ଟା କରିଥିଲେ।

Related Posts