ଖସୁଛି କରୋନାର ଦୈନିକ ସଂକ୍ରମଣ | ଦେଶରେ ଦିନକୁ ଦିନ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି | ୧୦ ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତକାଲି(ବୁଧବାର) ପଜିଟିଭଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୮ ହଜାର ମୁହାଁ ହୋଇଥିବା ବେଳେ ଆଜି ପୁଣି ୭ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 6,561 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦେଶରେ ଦିନକରେ 142 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 14,947 ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ସକ୍ରିୟ ମାମଲା ଏବେ ଲକ୍ଷେ ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ 77,152ଟି ସକ୍ରିୟ ମାମଲା ରହିଛି । ସମୁଦାୟ 178 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତକାଲି(ବୁଧବାର) ସନ୍ଧ୍ୟା ସୁଦ୍ଧା ୧୮ ଡୋଜ୍ ନେଇଛନ୍ତି ଲୋକେ ।

ଅନ୍ୟପଟେ ୨୪ ଘଣ୍ଟାରେ ୧୩୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୩ କିଶୋର କିଶୋରୀ ରହିଥିବା ବେଳେ ୭୮ କ୍ବାରେଣ୍ଟାଇନ ସେଣ୍ଟର ଓ ୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୬,ବାଲାଙ୍ଗୀରରୁ ୩, ବୌଦ୍ଧରୁ ୧, କଟକରୁ ୫, ଦେବଗଡରୁ ୫, ଗଜପତିରୁ ୧୮, ଗଞ୍ଜାମରୁ ୩, ଜଗତସିଂହପୁର ୧, ଯାଜପୁରରୁ ୩, ଝାରସୁଗୁଡାରୁ ୧୩, କେନ୍ଦ୍ରାପଡାରୁ ୪, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ ୩, ନୟାଗଡରୁ ୧, ନୂଆପଡାରୁ ୧,ପୁରୀରୁ ୨, ସମ୍ବଲପୁରରୁ ୩୧, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୪୮୭ ରେ ପହଞ୍ଚିଛି ।