ବିବାହ ବନ୍ଧନରେ ବାନ୍ଧି ହେଲେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ମହାଲକ୍ଷ୍ମୀ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଫିଲ୍ମ ନିର୍ମାତା ରବୀନ୍ଦ୍ର ଚନ୍ଦ୍ରଶେଖର ଏବଂ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ମହାଲକ୍ଷ୍ମୀ । ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଛନ୍ତି । ଏନେଇ ଅଭିନେତ୍ରୀ ମହାଲକ୍ଷ୍ମୀ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ଅନିଲଙ୍କ ସହ ବିବାହ କରିଥିଲେ। ଦୁହିଁଙ୍କ ଗୋଟିଏ ପୁଅ ମଧ୍ୟ ଅଛି। ବିବାହ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଅଧିକ ହୋଇଥିଲା। ଶେଷରେ ଦୁହେଁ ଅଲଗା ହୋଇଥିଲା। ଏବେ ମହାଲକ୍ଷ୍ମୀ ନିଜ ସାଥୀ ଭାବେ ରବୀନ୍ଦ୍ରଙ୍କୁ ବାଛିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମ ‘ବିଦିୟୁମ ବରଇ କାଥିରୁ’ ସମୟରେ ଦୁହେଁ ପରସ୍ପରକୁ ଭେଟିଥିଲେ। ଏହିପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଉଲ୍ଲେଖଯୋଗ୍ୟ ଯେ, ମହାଲକ୍ଷ୍ମୀ ଦକ୍ଷିଣ ଭାରତର ଅନେକ ହିଟ୍ ଚଳଚିତ୍ରରେ ଅଭିନୟ କରିସାରିଛନ୍ତି । ଅନ୍ୟପଟେ ରବୀନ୍ଦ୍ର ଚନ୍ଦ୍ରଶେଖର ମଧ୍ୟ ଅନେକ ହିଟ୍ ସିନେମା ନିର୍ମାଣ କରିସାରିଛନ୍ତି।

Related Posts