ପୂର୍ବତନ ସରପଞ୍ଚ ଓ ତାଙ୍କ ୨ ସହଯୋଗୀଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଏବେକାର ସରପଞ୍ଚ ଓ ତାଙ୍କ ୫ ସମର୍ଥକ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିବା ବେଳେ, ଏହି ହିଂସାକାଣ୍ଡରେ ପୂର୍ବତନ ସରପଞ୍ଚ ଓ ତାଙ୍କ ୨ ସହଯୋଗୀ ଗୁରୁତର ଆହତ ହୋଇଥିଲେ | ଏହି ଘଟଣାକୁ ନେଇ ଚାପ ଉତେଜେନା ପ୍ରକାଶ ପାଇବା ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବି ହୋଇଥିଲା | ତେବେ ପୋଲିସ ତଦନ୍ତ କରି ଏବେକାର ସରପଞ୍ଚ ଓ ତାଙ୍କ ୫ ସମର୍ଥକଙ୍କୁ ଗିରଫ କରିଛି |

ସୂଚନାଯୋଗ୍ୟ, ଶୀତଳ ଷଷ୍ଠୀ ଯାତ୍ରାରେ ଆୟୋଜିତ ଅପେରାକୁ ନିମନ୍ତ୍ରଣ ନ କରିବାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ । ସାମାନ୍ୟ କଥାରୁ ବୁଲିଲା ଖଣ୍ଡା, କାତି । ଏପରିକି ବର୍ତ୍ତମାନର ସରପଞ୍ଚ ଓ ତାଙ୍କର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ମିଳିତ ଆକ୍ରମଣରେ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି ପୂର୍ବତନ ସରପଞ୍ଚ ଓ ତାଙ୍କ ୨ ସହଯୋଗୀ । ଏହି ଘଟଣାରେ ବନ୍ଧା ହୋଇଛନ୍ତି ଏବେକାର ସରପଞ୍ଚ ଓ ତାଙ୍କ ୫ ସମର୍ଥକ । ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ବର୍ତ୍ତମାନର ସରପଞ୍ଚ କାପୁଲା ବୁଲୁ ।

ଗତ ୬ ତାରିଖରେ ମସିହାଖାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥିବା ବେଳେ ସେଥିରେ ହୋଇଥିଲା ଅପେରା । ମାତ୍ର ଅପେରାକୁ ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ନିମନ୍ତ୍ରଣ ହୋଇ ନ ଥିଲା। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାପରେ ମନୋଜ ନିଜ ୨ ସହଯୋଗୀ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ ପ୍ରଧାନଙ୍କ ସହ ରାତି ଅଧରେ ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଫେରୁଥିଲେ। ଏତିକି ବେଳେ ୨୦ରୁ ୨୨ଜଣ ଯୁବକ ଏକତ୍ରିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ମନୋଜ ଓ ତାଙ୍କ ସହଯୋଗୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ଛତ୍ରଭଙ୍ଗ ଦେଇଥିଲେ ଦୁର୍ବୃତ୍ତ ।

ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏମାନେ ଗୋଟିଏ ଗୋଷ୍ଠୀଙ୍କୁ ସମର୍ଥନ କରିବାରୁ ଏବେକାର ସରପଞ୍ଚ ଗୋଷ୍ଠୀ ରାଗ ରଖିଥିଲେ। ଏଥି ସହ ଗାଁ ଯାତ୍ରାରେ ବି ସାମାନ୍ୟ ବଚସା ହୋଇଥିବାରୁ ସେମାନେ ଆକ୍ରମଣ କରିଥିବା ଆହତମାନେ ପୁଲିସ୍‌କୁ କହିଥିଲେ । ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଆଙ୍ଗୁଠି ଛିଣ୍ଡି ଯାଇଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାରେ ସଦର ଥାନା ପୁଲିସ୍‌ ପୂର୍ବରୁ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବନ୍ଧା ହୋଇଛନ୍ତି ବର୍ତ୍ତମାନର ସରପଞ୍ଚ କାପୁଲା ବୁଲୁ।

Related Posts