ଆଜିଠୁ ଲାଇଭ ଷ୍ଟ୍ରିମିଂ ହେବ ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠର ଶୁଣାଣି

ନୂଆଦିଲ୍ଲୀ: ଆଜିଠୁ ସୁପ୍ରିମକୋର୍ଟଙ୍କ ସାମ୍ୱିଧାନିକ ଖଣ୍ଡପୀଠର ଶୁଣାଣି ଲାଇଭ ଷ୍ଟ୍ରିମିଂ ହେବ। କାଲିଠାରୁ ସାମ୍ୱାଧାନିକ ଖଣ୍ଡପୀଠର ସମସ୍ତ ଶୁଣାଣିର ସିଧାପ୍ରସାରଣ କରାଯିବ । ଏଥିପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ବେଳେ, ଆଜିଠୁ ଆରମ୍ଭ ହେବ ଲାଇଭ ଷ୍ଟ୍ରିମିଂ ।

ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଶୁଣାଣି ୟୁଟ୍ୟୁବ ମାଧ୍ୟମରେ ପ୍ରସାରଣ କରାଯିବ ।

ଖୁବଶୀଘ୍ର ସୁପ୍ରିମକୋର୍ଟ ଶୁଣାଣିର ସିଧା ପ୍ରସାରଣ କରିବା ପାଇଁ ନିଜର ସ୍ୱତନ୍ତ୍ର ପ୍ଲାଟଫର୍ମ ବିକଶତ କରିବେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସାମ୍ୱିଧାନିକ ଖଣ୍ଡପୀଠ ସମ୍ମୁଖରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରଧୀନ ରହିଛି । ଏଥିରେ ଆର୍ଥିକ ରୂପେ ଦୁର୍ବଳ(ଏଡବ୍ଲୁଏସ) ପାଇଁ ୧୦ ପ୍ରତିଶତ ସରଂକ୍ଷଣର ସାମ୍ୱିଧାନିକ ବୈଧତା, ଭୋପାଳ ଗ୍ୟାସ ଟ୍ରାଜେଡୀରେ କ୍ଷତିପୂରଣ ରାଶି ପରି ପ୍ରସଙ୍ଗ ସାମିଲ ରହିଛି ।

ଏହା ପୂର୍ବରୁ ଅଗଷ୍ଟ ୨୬ରେ ନିଜର ବିଦାୟୀ ଭାଷଣରେ ପୂର୍ବତନ ସିଜେଆଇ ଏନଭି ରମଣା କହିଥିଲେ ଯେ, ବଡ଼ ସଂଖ୍ୟାରେ କୋର୍ଟରେ ବିଚାରଧୀନ ମାମଲା ବଡ଼ ଆହ୍ୱାନ । ପୂର୍ବତନ ସିଜେଆଇ କହିଥିଲେ, ଏହାର ସମାଧାନ ବାହାର କରିବା ପାଇଁ ଆଧୁନିକ ପ୍ରଣାଳୀ ଏବଂ ଆର୍ଟିଫିସିଆଲ ଉପକରଣର ବ୍ୟବହାର ଜରୁରୀ । ଆମେ ଏଥିପାଇଁ ଅନେକ ପଦ୍ଧତି ବିକଶିତ କରିବାକୁ ପ୍ରସାୟ କରିଛୁ, କିନ୍ତୁ ସୁରକ୍ଷା ଏବଂ ପ୍ରତିଯୋଗିତା ପରି କିଛି ପ୍ରସଙ୍ଗ କାରଣରୁ ଅଧିକ କିଛି କରିପାରିଲୁ ନାହିଁ।

Related Posts